ଭୁବନେଶ୍ୱର ; ଇଂରାଜୀରେ ଗୋଟେ କଥା ଅଛି ଓଲ୍ଡ ଇଜ ଗୋଲ୍ଡ। ବିତି ଯାଇଥିବା ସବୁ ସମୟ ସୁନା ପରି ଭାରି ମୁଲ୍ୟବାନ। ତେବେ ସେଇ ସବୁ ମୁଲ୍ୟବାନ ସମୟକୁ ପୁଣି ମନେପକାଇ ଦେବା ପାଇଁ କରାଯାଉଛି ପ୍ରୟାସ। ଲୋକମାନଙ୍କୁ ପୁଣି ସେଇ ପୁରୁଣା ସ୍ୱାଦ ଭେଟି ଦେବାକୁ ଯାଉଛି ପିଭିଆର। ତେବେ ବିତି ଯାଇଥିବା ଅନେକ ସମୟ ସ୍ମୃତି ହୋଇ ରହିଯାଏ। ତାରି ଭିତରେ ସିନେମା ହେଉଛି ଗୋଟିଏ ଅଂଶ। ଦିନ ଥିଲା ସିନେମା ଦେଖିବାକୁ ସିନେମା ହଲରେ ଦର୍ଶକଙ୍କର ଖଚାଖଚ ଭିଡ ଦେଖିବାକୁ ମିଳୁଥିଲା। ସେତବେଳରେ ସେଇ ପୁରୁଣା ସିନେମାକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ।
ବର୍ତ୍ତମାନ ସମୟରେ ଦର୍ଶକ ଥ୍ରିଲର୍ , ଆକ୍ସନ,ହରର ଏବଂ କମରସିଆଲ୍ ସିନେମାକୁ ପସନ୍ଦ କରୁଥିବା ବେଳେ ସେତେବେଳର କଥା ହିଁ କିଛି ଅଲଗା ଥିଲା। ତେବେ ସେହି ସମୟକୁ ପୁଣି ଥରେ ଫେରାଇ ଆଣିବା ପାଇଁ ଯୋଜନା କରୁଛି ପିଭିଆର୍ ସିନେମା। ଫେବୃଆରି ୧୪ ଅର୍ଥାତ ଭାଲେଣ୍ଟାଇନ୍ ଡେ’କୁ ଆଖି ଆଗରେ ରଖି ପିଭିଆର୍ ପୁଣି ରୋମାଣ୍ଟିକ ଏରାକୁ ଫେରିବାକୁ ଯୋଜନା କରୁଛି। ଶାହରୁଖ୍ ଏବଂ ଐଶର୍ଯ୍ୟାଙ୍କ ଅଭିନିତ ଦେବଦାସ, ସଲମାନ ଖାନଙ୍କ ଫିଲ୍ମ ତେରେନାମ୍ ଏବଂ ବିବେକ ଓବରୟଙ୍କର ୟୁବା ସିନେମା ପୁଣିଥରେ ରି-ରିଲିଜ୍ ହେବାକୁ ଯାଉଛି। ପ୍ରେମ ଦିବସ ଅବସରରେ ପ୍ରେମର ଅନେକ ରଙ୍ଗ ଉତ୍ସବ ପାଳନ କରି ଦର୍ଶକଙ୍କୁ ଏହି ରୋମାଣ୍ଟିକ କ୍ଲାସିକ୍ ଭେଟି ଦେବାକୁ ଯାଉଛି ପିଭିଆର।
ଦେବଦାସ ଫେବୃୟାରି ୬ ରେ ରି-ରିଲିଜ୍ ହେବାକୁ ଥିବା ବେଳେ ୟୁବା ୨୦ ଫେବୃୟାରି ଏବଂ ତେରେ ନାମ୍ ୨୭ ଫେବୃୟାରୀରେ ପ୍ରେକ୍ଷାଳୟକୁ ପୁନଃ ଆସିବାକୁ ଯାଉଛି। ତେବେ ପିଭିଆରର ଏହି ଘୋଷଣା ପରେ ସିନେପ୍ରେମୀ ପୁରୁଣା ସିନେମାକୁ ହଲରେ ଦେଖିବା ପାଇଁ ଉତ୍ସାହିତ ହୋଇ ପଡ଼ିଛନ୍ତି। ସଞ୍ଜୟ ଲିଲା ଭନ୍ସାଲିଙ୍କ ନିର୍ଦ୍ଦେଶିତ ସିନେମା ଦେବଦାସ ୨୦୦୨ ରେ ରିଲିଜ୍ ହୋଇଥିବା ବେଳେ ଶାହରୁଖ୍ ଖାନ୍ , ଐଶ୍ବର୍ଯ୍ୟା ରାୟ ବଚ୍ଚନ , ମାଧୁରି ଦିକ୍ଷିତ୍ ଏବଂ ଜ୍ୟାକି ଶ୍ରଫଙ୍କ ଦମଦାର ଅଭିନୟ ସମସ୍ତଙ୍କୁ ଭାରି ପସନ୍ଦ ଆସିଥିଲା। ସିନେମାର ଗୀତ ଯେତେ ଶ୍ରୁତିମଧୁର ଥିଲା ସିନେମାଟୋଗ୍ରାଫି , ସେଟ୍ ମଧ୍ୟ ସେତେ ଚିତ୍ତାକର୍ଷକ ଥିଲା।
ଆଜି ବି ସଞ୍ଜୟ ଲିଲା ଭନ୍ସାଲିଙ୍କ ସିନେମାର ସର୍ବଶ୍ରେଷ୍ଠ କୃତି କଥା ପଡ଼ିଲେ ଦେବଦାସର ନାଁ ଆଗ ଆସେ। ତେବେ ରୋମାଣ୍ଟିକ କ୍ଲାସିକର ଚର୍ଚ୍ଚା ହେବ ଏବଂ ତେରେ ନାମ ସିନେମାର ନାଁ ଆସିବନି ଏ କେମିତି ସମ୍ଭବ ! ଏହି ସିନେମାଟି ସାଉଥ୍ ଫିଲ୍ମ ସେତୁର ରିମେକ୍ ଥିଲେ ମଧ୍ୟ ଦର୍ଶକ ଏହାକୁ ଭାରି ପସନ୍ଦ କରିଥିଲେ। ତେବେ କେବଳ ଏତିକି ନୁହେଁ ଅନେକ ପୁରୁଣା ସିନେମାର ରି-ରିଲିଜ୍ ଦର୍ଶକଙ୍କୁ ପସନ୍ଦ ଆସୁଥିବାର ଦେଖି ୨୦୦୦ ମସିହାରେ ପରଦାକୁ ଆସିଥିବା ସୁପର୍-ଡୁପର୍ ହିଟ୍ ସିନେମା ୟେ ଦିଲ୍ ଆଶିକାନା ମଧ୍ୟ ନିର୍ମାତାଙ୍କ ଦ୍ବାରା ପୁନଃ ରିଲିଜ୍ ହେବ। ୨୪ ବର୍ଷ ପରେ ସିନେମାକୁ ସେତିକି ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ନିର୍ମାତା।
ଅଧିକ ପଢନ୍ତୁ ; ଏସଏସ ରାଜାମୌଲିଙ୍କ ‘ବାରାଣସୀ’ର ରିଲିଜ୍ ଡେଟ୍ ଫାଇନାଲ୍ ! ସହରରେ ଲାଗିଲା ହୋର୍ଡିଂ