ରାୟଗଡା : ଓଡିଶା ସରକାର ଓ ଗୃହ ବିଭାଗକୁ ୪ଟି ସର୍ତ ରଖି ଆତ୍ମସମର୍ପଣ କରିବେ ବୋଲି ଚିଠି ଜାରି କଲେ ମାଓ ନେତା ନିଖିଲ ଓ ଇନ୍ଦୁ। ସର୍ତ୍ତ ପୂରଣ କଲେ ଓଡିଶା ପୁଲିସ ପାଖରେ ଆମେ ଆତ୍ମ ସମର୍ପଣ କରିବୁ ବୋଲି ଲିଖିତ ମାଓ ପତ୍ର ହସ୍ତଗତ ହୋଇଛି। ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମ ଜରିଆରେ ଓଡିଶା ସରକାର ଓ ଗୃହ ବିଭାଗ ଉଧେଶ୍ୟରେ ଖୋଲା ପତ୍ର ଜାରି କରିଛନ୍ତି ଟପ ମାଓ ନେତା।
ବିଗତ ସାଢେ ତିନି ଦଶକ ହେଲା ବିଶେଷ କରି ଏଲ. ପି. ଜି ନୀତି ଲାଗୁ ହେବା ପରେ ଆମ ପାର୍ଟି ନେତୃତ୍ୱରେ ଚାଲିଥିବା ଶ୍ରେଣୀ ସଂଘର୍ଷ ଯୋଗୁଁ ଦେଶ ଦୁନିଆରେ ବଡ ଧରଣର ରାଜନୈତିକ, ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଭୌଗଳିକ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି ଓ ଆସିବାରେ ଲାଗିଛି। ପରିବର୍ତ୍ତିତ ପରିସ୍ଥିତିରେ ସଶସ୍ତ୍ର କ୍ରାନ୍ତି ରାସ୍ତା ସଠିକ ନୁହେଁ, ଏ ରାସ୍ତାରେ କ୍ରାନ୍ତିକାରି ଆନ୍ଦୋଳନକୁ ଫାଇଦା ହେବ। ଜନ ଭାଗିଦାରୀ ବଢିବା ବଦଳରେ ଲୋକଙ୍କ ଠାରୁ ଦୂର ହେବା ଓ କ୍ଷତି ବୃଦ୍ଧି ହେଉଛି। ଏହି ପରିସ୍ଥିତିରେ ସାମାନ୍ୟ ବିଳମ୍ବ ହେଲେବି ଆମେ ଦ୍ୱୟ ରାଜ୍ୟ ସରକାର ଓ ଗୃହ ବିଭାଗ ଉପରେ ବିଶ୍ୱାସ କରି ଆତ୍ମସମର୍ପଣ କରିବୁ। କିନ୍ତୁ ଏଥିପାଇଁ ସେମାନଙ୍କର ୪ଟି ଦାବି ରହିଥିଲା।
ଆମର ୪ଟି ଦାବୀ ହେଲା ଆମେ ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ଓ ଆଇନଗତ ସୀମା ମଧ୍ୟରେ ଦେଶର ଶୋଷିତ ଉତ୍ପୀଡ଼ିତ ଶ୍ରେଣୀ ଶ୍ରମିକ, କୃଷକ, ମଧ୍ୟମ ବର୍ଗ, ଆଦିବାସୀ, ଦଳିତ, ମହିଳା, ଅଳ୍ପ ସଂଖ୍ୟକ ଓ ରାଷ୍ଟ୍ରୀୟତାଙ୍କ ସାମ୍ବିଧାନୀକ ଅଧିକାର ମିଳୁ। ଦ୍ୱିତୀୟଟି ଆତ୍ମସମର୍ପଣ ପରେ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ ଓ ଜନ ବିରୋଧୀ କାର୍ଯ୍ୟରେ ଆମକୁ ନିୟୋଜିତ କରାନଯାଉ। ତୃତୀୟରେ ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ତାହା ସମସ୍ତଙ୍କ ପାଇଁ ଲାଗୁ ହେଉ। ଶେଷରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜଳ, ଜମି,ଜଙ୍ଗଲ,ମା ମାଟି ଓ ପରିବେଶ ର ସୁରକ୍ଷା, ସାମ୍ବିଧାନୀକ, ହକ ଅଧିକାରର ଆନ୍ଦୋଳନ ଉପରେ ଅଗଣତାନ୍ତ୍ରିକ ଭାବେ ଦମନ ଚଳାଯାଉଛି।
ଅଧିକ ପଢନ୍ତୁ ; ସାତ ବର୍ଷର ପ୍ରେମ ହେଲା ସାତ ପର : ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ