ମୁୁମ୍ବାଇ: ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ରୁ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆମେରିକା ସହିତ ଟ୍ରେଡ ଡିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଏହି ଡିଲ୍ ଜରିଆରେ ଆମେରିକା ଭାରତକୁ କିଣି ନେଇଛି । ଏହି ଡିଲକୁ ନେଇ କେନ୍ଦ୍ର ମନ୍ତ୍ରୀମାନେ ମିଛ କହୁଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ରାଉତ । ସେ କହିଛନ୍ତି ସରକାର ଲୋକଙ୍କୁ ବ୍ଲାକମେଲ କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଉପରେ ଲଗାଇଥିବା ଟାରିଫକୁ ହ୍ରାସ କରି ୧୮ପ୍ରତିଶତ ରଖିବାକୁ ଘୋଷଣା କରିଥିଲେ ।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରାଉତ ବୁଧବାର କହିଛନ୍ତି, ପୀୟୁଷ ଗୋଏଲ ମିଛ କହୁଛନ୍ତି । ଏହି ଦେଶର ସମସ୍ତ କେନ୍ଦ୍ର ମନ୍ତ୍ରୀ ମିଛ କହୁଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଯେଉଁ ଟ୍ରେଡ ଡିଲ୍ ହୋଇଛି, ସେଥିରେ ଆମ ଦେଶକୁ କିଣି ନେଇଛନ୍ତି । କହୁଛନ୍ତି, ଏହା ବହୁତ ବଡ ରାଜିନାମା । ଏହା କେଉଁ ପ୍ରକାରର ବିଜୟ । ଆପଣ କୁହନ୍ତୁ । କେନ୍ଦ୍ର ସରକାର କହୁଛନ୍ତି, ପୂରା ଦେଶରେ ଉତ୍ସବ ପାଳନ କରାଯାଉ ।
ସେ କହିଛନ୍ତି, ଭାରତକୁ ଆଜି ବି ବହୁତ ଟାରିଫ ଦେବାକୁ ପଡୁଛି । ୧୮ ପ୍ରତିଶତ ଟାରିଫ ଆଜି ବି କାଏମ ରହିଛି, ଯାହା ପୂର୍ବେ ୩ ପ୍ରତିଶତ ଥିଲା । ଏହା ସତ୍ତ୍ୱେ ଆମେରିକାର ଯେଉଁ କୃଷି ଉତ୍ପାଦ ରହିଛି, ତାହା ଶୂନ୍ୟ ଶୁଳ୍କରେ ଭାରତ ବଜାରକୁ ଆସିବ । ଏଥିରେ ଧାନ, ଫଳମୂଳ, ଦୁଗ୍ଧ, ଡାଏରୀ ଉତ୍ପାଦ ରହିବ । ଆମର କୃଷକ ଏଠାରେ ଝାଳ ବୁହାଇ ଯେଉଁ ଉତ୍ପାଦନ କରୁଛନ୍ତି, ସେଥିରୁ ଆହୁରି ଶସ୍ତାରେ ଆମେରିକା ନିଜର ସାମଗ୍ରୀ ବିକିବ । ଏମିତି ହେଲେ ଆମ କୃଷକ ଆତ୍ମହତ୍ୟା କରିବେ ।
Also read: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମିଳିଲା ଉଚ୍ଚ ସୁରକ୍ଷା ଟାଇପ୍-୮ ବଙ୍ଗଳା