ନୂଆଦିଲ୍ଲୀ: ସଂସଦ ଭବନ ପରିସରରେ ପ୍ରଦର୍ଶନ ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରେ ଯୁକ୍ତିତର୍କ ସ୍ଥିତି ଦେଖିବାକୁ ମିଳିଛି । ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଗୋଟିଏ ରାହୁଲ ବିଟ୍ଟୁଙ୍କୁ ଗଦ୍ଦାର କହୁଥିବା ବେଳେ ଅନ୍ୟପଟେ ଜବାବରେ ବିଟ୍ଟୁ ରାହୁଲଙ୍କୁ ଦେଶର ଶତ୍ରୁ ବୋଲି କହୁଛନ୍ତି । ରୋଚକ କଥା ଏହା ଯେ, ବିଟ୍ଟୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇ ସାରିଛନ୍ତି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅଧିବେଶନ ପୂର୍ବରୁ ବିରୋଧୀ ସାଂସଦ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ୍ ଅଛନ୍ତି । ଏହି ସମୟରେ ରବନୀତ ସିଂ ବିଟ୍ଟୁଙ୍କୁ ଦେଖି ରାହୁଲ କହୁଛନ୍ତି, ଦେଖ ଦେଖ ଗଦ୍ଦାର ଆସୁଛି । ତାଙ୍କର ଚେହେରାକୁ ଦେଖନ୍ତୁ । ରାହୁଲଙ୍କ କଥା ଶୁଣି ସେଠାରେ ଥିବା ସାଂସଦ ହସୁଛନ୍ତି । ପୁଣି ବିଟ୍ଟୁ ଅଟକି ଯାଉଛନ୍ତି ଏବଂ ସମସ୍ତଙ୍କୁ ଇସାରା କରି କହୁଛନ୍ତି ଦେଶର ଶତ୍ରୁ । ତା ପରେ ସେ ଆଗକୁ ଚାଲି ଯାଉଛନ୍ତି ।
ଗଦ୍ଦାର କହିବା ପରେ ରାହୁଲ ବିଟ୍ଟୁଙ୍କ ସହ ହାତ ମିଳାଇବାକୁ ଉଦ୍ୟମ କରିଛନ୍ତି । ରାହୁଲ କହୁଛନ୍ତି ହେଲୋ ବ୍ରଦର । ମୋର ଗଦ୍ଦାର ବନ୍ଧୁ । ଏଠାକୁ ପୁଣି ଆସିବେ । କିନ୍ତୁ କେନ୍ଦ୍ର ମନ୍ତ୍ରୀ ବିଟ୍ଟୁ ହାତ ମିଳାଇବାକୁ ମନା କରି ଦେଇଛନ୍ତି । ଏହି ଘଟଣା ସମୟରେ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳ ଉପସ୍ଥିତ ଥିଲେ । ଏହି ଘଟଣା ସଂସଦର ମକର ଦ୍ୱାର ନିକଟରେ ଘଟିଛି । ଏଠାରେ ବଜେଟ୍ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ସଂସଦରୁ ନିଲମ୍ବିତ ୮ ସାଂସଦ ପ୍ରଦର୍ଶନ କରୁଛନ୍ତି । ବିରୋଧୀ ଲଗାତାର ଆମେରିକା ସହିତ ରାଜିନାମା ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି ।
Also read: ଓକିଲ ହୋଇ ସୁପ୍ରିମକୋର୍ଟ ପହଞ୍ଚିଲେ ମମତା, SIR କେସ ଲଢି ରଚିବାକୁ ଯାଉଛନ୍ତି ଇତିହାସ