ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । କିନ୍ତୁ ସେ ଓକିଲ ହୋଇ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି । ଆଜିର ଦିନଟି ଅଦାଲତର ଇତିହାସରେ ଏକ ଅଭିବନ ଦିନ କାରଣ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟରେ ଓକିଲ ଭାବେ ନିଜର ଦଲିଲ ରଖିବେ । ପଶ୍ଚିମବଙ୍ଗରେ ନିର୍ବାଚନ ପକ୍ଷରୁ ଚାଲିଥିବା ଭୋଟର ତାଲିକାର ପୁନଃନିରୀକ୍ଷଣକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହା ଉପରେ ଶୁଣାଣି ଜାରି ରହିଛି । ଏହି ମାମଲାରେ ଦଲିଲ ଦେବା ପାଇଁ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ମମତା ବାନାର୍ଜୀ । ସିଏମ ମମତା ଅଦାଲତରେ ଇଣ୍ଟରଲକ୍ୟୁଟରୀ ଆବେଦନ ମଧ୍ୟ ଦାଖଲ କରିଛନ୍ତି । ଏଥିରେ ସେ ଅଦାଲତରେ ହାଜର ହେବା ଏବଂ ବ୍ୟକ୍ତିଗତ ଭାବେ ଦଲିଲ ରଖିବାକୁ ଦାବି କରିଛନ୍ତି ।
ମଙ୍ଗଳବାର ହିଁ ମମତା ବାନାର୍ଜୀଙ୍କ ନାଁରେ ଗେଟ୍ ପାସ୍ ସୁପ୍ରିମକୋର୍ଟରେ ତିଆରି ହୋଇଥିଲା । ସାର ମାମଲାର ଶୁଣାଣି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରୁଛନ୍ତି । ଏହି ପୀଠରେ ବିଚାରପତି ଜୟମାଲା ବାଗଚୀ ଓ ବିଚାରପତି ବିପୁଲ ପାଞ୍ଚୋଲି ସାମିଲ୍ । ଏହି ମାମଲାରେ ମମତା ବାନାର୍ଜୀଙ୍କ ବ୍ୟତୀତ ଆଉ ତିନି ଯାଚିକା ଦାଖଲ ହୋଇଛି । ଏଥିରୁ ଦୁଇଟି ଯାଚିକା ଟିଏମସି ସାଂସଦ ଡେରେକ ଓ ବ୍ରାଏନ ଓ ଡୋଲା ସେନ ଦାଖଲ କରିଛନ୍ତି । ଏହି ମାମମଲାରେ ମମତା ବାନାର୍ଜୀଙ୍କ କହିବା କଥା କାହିଁକି ବିରୋଧୀ ପାର୍ଟି ବିଶିଷ୍ଟ ତିନୋଟି ରାଜ୍ୟରେ ଏହା କରାଯାଉଛି । ଓଲଟା ଆସାମରେ ଏହାର ପ୍ରକ୍ରିୟା ଚାଲୁନି । କିନ୍ତୁ ବିରୋଧୀ ଦଳ ଯେଉଁ ରାଜ୍ୟରେ ସରକାରରେ ଅଛନ୍ତି ସେଠି ସାର ପ୍ରକ୍ରିିୟା କରାଯାଉଛି ।
ଏହି ଯାଚିକା ଜାନୁଆରୀ ୨୮ରେ ଦାଖଲ ହୋଇଥିଲା, ଯେଉଁଥିରେ ପଶ୍ଚିମବଙ୍ଗ ସରକାର କହିଥିଲେ ଯେ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଅସାମ୍ବିଧାନିକ । ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢିଛନ୍ତି ଯେ, ସାରର ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ତରବରିଆ ଓ ଅପାରଦର୍ଶୀ ପ୍ରକ୍ରିୟାରେ କରାଯାଉଛି । ଏହାର କୌଣସି ଆବଶ୍ୟକତା ନାହିଁ । ମମତାଙ୍କ କହିବା କଥା ତାଲିକାରୁ ଗୋଟିଏ ସଂପ୍ରଦାୟର ଲୋକଙ୍କୁ ବାଦ୍ ଦେବା ସ୍ପଷ୍ଟ ହେଉଛି ଯେ, ପ୍ରକ୍ରିୟାରେ ପାରଦର୍ଶିତା ନାହିଁ । ଯାହାଙ୍କ ନାଁ କଟା ଯାଉଛି ସେମାନଙ୍କର ତଥ୍ୟ ଦିଆଯିବା ଦରକାର ବୋଲି ମମତା କହିଛନ୍ତି ।
Also read: ତିନି ଦିନ ପରେ ପୁଣି ଉପର ମୁହାଁ ସୁନା ଦର