ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା। ପ୍ରିନ୍ସିପାଲ କବିତା କରଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ସ୍ଥାନରେ ଭାଇସ୍ ପ୍ରିନ୍ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍ୟପାଲ୍ ଦାୟିତ୍ୱଭାର ଦିଆଯାଇଛି। ନିଲମ୍ବିତ ପ୍ରିନ୍ସପାଲ୍ ଶ୍ରୀମତୀ କରଙ୍କୁ ଭୋପାଳ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।
ନବୋଦୟ ବିଦ୍ୟାଳୟରେ ନଭେମ୍ବର ମାସରୁ ଜଣ୍ଡିସ ଆକ୍ରାନ୍ତ ଦେଖା ଦେଇଥିବାବେଳେ ଡିସେମ୍ବର ପହିଲାରେ ଏହାର ସଂଖ୍ୟା ବଢି ଜାନୁଆରୀରେ ଶହେ ଟପିଥିଲା।ସଂକ୍ରମଣ ବଢ଼ିବା ହେବା କାରଣରୁ ସ୍କୁଲ୍ କର୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ରାଜ୍ୟ ସାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୱାଟକୋ ଭୁବନେଶ୍ବର, ଜିଲା ଜନସ୍ୱାସ୍ଥ୍ୟ ବିଭାଗ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରିଥିଲେ। ୱେଟକୋ ଔଟରେ ରିପୋର୍ଟ ନେଗେଟିଭ ଆସିଥିବାବେଳେ ସାସ୍ଥ୍ୟ ବିଭାଗର ରିପୋର୍ଟ ୫ଟି ସାମ୍ପୁଲରେ ଜଳ ସଂକ୍ରମିତ ହୋଇଥିବା ଦର୍ଶାଯାଇଥିଲା। ରାଜ୍ୟ ସାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍କୁଲ ରୋଷେଇ ଘରେ ପାଇପ ଫାଟି ପାଣି ଦୂଷିତ ହୋଇ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିବା ସହ ବିଶୁଦ୍ଧ ପାଣି ଯୋଗାଣ ପାଇଁ ନିର୍ଦେଶ ଦେଇଥିଲେ।
ବିଦ୍ୟାଳୟ କର୍ତୃପକ୍ଷଙ୍କର ଘୋର ଅବହେଳା କାରଣରୁ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପକ ରୂପ ନେଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, କଥା ଖୋର୍ଦ୍ଧାରୁ ଦିଲ୍ଲୀ ଯାଏ ଯାଇଥିଲା। ଦିଲ୍ଲୀ ଟିମ୍, ଭୋପାଳ ଟିମ୍ ଆସି କ୍ୟାମ୍ପସ୍ ପରିସ୍ଥିତି ଯାଞ୍ଚ କରିବାକୁ ବାଧ୍ୟ ହୋଇଥିଲେ। ଗତ ୮ ତାରିଖରେ ନବୋଦୟ ବିଦ୍ୟାଳୟ ସମିତି କେନ୍ଦ୍ରୀୟ କମିଶନର ରାଜେଶ ଲେଖାନୀ ଏବଂ ଭୋପାଳ ୟୁନିଟର ଡେପୁଟି କମିଶନର ଆଉ କେ ଶର୍ମା, ଆସିଣ୍ଟଟାଣ୍ଡ କମିଶନର ଜରୀନା କ୍ୟୁରେଶି ଟିମ ସ୍ଥିତି ଅନୁଧ୍ୟାନ କରିଥିଲେ। କମିଶନରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟକୁ ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇ କ୍ୟାମ୍ପସ ସ୍ୱଚ୍ଛ କରାଯାଇଥିଲା। କମିଶନର ନିର୍ଦ୍ଦେଶରେ ଗତ ୧୨ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣିଥରେ ପାଣି ନମୁନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ବିଦ୍ୟାଳୟ ସ୍ୱାଭାବିକ ହୋଇଥିଲା।
ଅଧିକ ପଢନ୍ତୁ: କୂଅ ଭିତରୁ ଛାତ୍ରଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର, ୨ ଶିକ୍ଷୟିତ୍ରୀ ନିଲମ୍ବିତ