ଜୟପୁର: ୨୦ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଇଞ୍ଜିନିୟର ବାବୁ। ଗତକାଲି ଏକ ଇଟାଭାଟିକୁ ବିଜୁଳି ସଂଯୋଗ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧାରା ପଡିଥିଲେ TPSODL ର ଇଞ୍ଜିନିୟର ପ୍ରସାଦ ନାୟକ। ଆଜି ଜୟପୁର ଭିଜିଲାନ୍ସ ତାଙ୍କ ନାମରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କ ପାଖରେ ୨ ମହଲା ଘର, ଭୁବେନେଶ୍ବର ଓ ବ୍ରହ୍ମପୁରରେ ୫ ଦାମୀ ପ୍ଳଟ, ୧୫୦ ଗ୍ରାମ ସୁନା ,ଏକ ଚାରି ଚକିଆ ଗାଡି ଓ ଦୁଇଟି ବାଇକ ଥିବାର ଯାଞ୍ଚ ବେଳେ ଜଣାପଡିଥିବା କହିଛନ୍ତି ଜୟପୁର ଭିଜିଲାନ୍ସ ଏସ୍ପି ।