ଦେବଗଡ ଅବକାରୀ ବିଭାଗ ମିଳିଛି ବଡ ସଫଳତା। ଏକ ଟ୍ରକରୁ ୫୦ କୁଇଂଟାଲରୁ ଉର୍ଦ୍ଧ ମହୁଲ ବୋଝେଇ ଟ୍ରକକୁ ଜବତ କରିଛି ଅବକାରୀ ବିଭାଗ। ଏହା ସହିତ ମହୁଲ ଚୋରାଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ତେବେ ଏ ମହୁଲ ବୋଝେଇ ଟ୍ରକ କେଉଁଆଡେ ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରୁଛି ଅବକାରୀ ବିଭାଗ।
ସୂଚନା ଅନୁସାରେ, ଆଜି ପ୍ରାୟ ୫ ଟା ସମୟରେ ଦେବଗଡ ଅବକାରୀ ବିଭାଗ ପ୍ୟାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଟାଟା ମିନି ଟ୍ରକ ସନ୍ଦେହଜନକ ଭାବେ ଦ୍ରୁତ ଗତିରେ ଉକ୍ତ ରସ୍ତା ଦେଇ ଯାଉଥିଲା। ତେବେ ପୋଲିସର ସନ୍ଦେହ ହେବାରୁ ଟ୍ରକଟିର ପିଛା କରି ଗାଡିକୁ କାବୁ କରିଥିଲା ପୋଲିସ। ଏହାପରେ ଟ୍ରକକୁ ଯାଞ୍ଚ କରିବା ପରେ ଉକ୍ତ ଟ୍ରକରେ ପ୍ରାୟ ୫୦ କୁଇଂଟାଲ ମହୁଲ ମିଳିଥିଲା। ଏହା ସହିତ ମହୁଲ ଚୋରାଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ତେବେ ଜବତ ହୋଇଥିବା ମହୁଲର ବଜାର ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେଣୁ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।