ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା ପଡ଼ିବାରୁ ମହାସ୍ନାନ କରାଯାଇଛି। ଜଣେ ଯବାନଙ୍କ ପାଦରେ କାଚ ପଶି ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି କରାଯାଇଛି । ବିଧି ମୁତାବକ ଭିତରକାଠରେ ରକ୍ତ ଛିଟା ପଡ଼ିଲେ ବଡ଼ ମହାସ୍ନାନ ହୋଇଥାଏ । ତେଣୁ ବଡ଼ ମହାସ୍ନାନ କରାଯାଇଥିଲା । ଫଳରେ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ମହାସ୍ନାନ ସମ୍ପନ୍ନ ହେବା ପରେ ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।