ରାଉରକେଲା: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗାରେ ଥିବା ସୁନା ଦୋକାନରେ ବଡ଼ ଧରଣର ଲୁଟ୍ ହୋଇଛି । କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଏକ ଗହଣା ଦୋକାନରେ ପଶି ସର୍ବସ୍ୱ ଲୁଟି ନେଇଛନ୍ତି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ବ୍ରାହ୍ମଣୀତରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଗତ ରାତି ପ୍ରାୟ ୨ଟା ୩୦ ସମୟରେ ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା ଏକ ସୁନା ଉଦୟ ନାମକ ଗହଣା ଦୋକାନରେ ୫ରୁ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତମାନେ ପଶିଥିଲେ । ହାତରେ ଟର୍ଚ୍ଚ ଓ ଗ୍ଲୋବ୍ସ ମଧ୍ୟ ଥିଲା । ଦୋକାନରେ ଭଙ୍ଗାରୁଜା କରିବା ସହିତ ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଏ ନେଇ ଦୋକାନୀ ଥାନାରେ ଅଭିଯୋଗ କରିଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବାକୁ ଗୋଟିଏ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ।