ଭୁବନେଶ୍ବର: ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ସୁପର ସ୍ପେଶିଆଲିଷ୍ଟ ମାନଙ୍କର ଅଭାବ ରହିଛି ତାହା ଖୁବଶୀଘ୍ର ପୂରଣ ହେବ ବୋଲି ଶନିବାର କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏହି କ୍ଷେତ୍ରରେ ରାଜ୍ୟ ସରକାର କାମ କରିବା ଆରମ୍ଭ କରିଛନ୍ତି।
ସେ କହିଛନ୍ତି, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ରୋଲ୍ ମଡେଲ ହେବ । ଏ ଦିଗର ସରକାର ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାର ଯୋଜନା ଆରମ୍ଭ କରିଛନ୍ତି ସରକାର । ଫଳରେ ଓଡ଼ିଶାରେ ଆଉ ଡାକ୍ତର ଅଭାବ ରହିବ ନାହିଁ । ହେଲ୍ଥ କେୟାର ସେକ୍ଟରରେ ଯେଉଁ ଗବେଷଣାର ଆବଶ୍ୟକତା ରହିଛି ଓ ବିଶେଷ କରି ଭଲ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ସୁପର ସ୍ପେଶିଆଲିଷ୍ଟ ମାନଙ୍କର ଅଭାବ ରହିଛି ତାହା ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି,୪ ମାସ ଭିତରେ ୧୨୦ ଜଣ ଡାକ୍ତରଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଛି । କୌଣସି କମ୍ୟୁନିଟି ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରେ ରୋଗୀ ଫେରି ନଯାଉ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ଏହି ୫ ବର୍ଷ ମଧ୍ୟରେ ରାଜ୍ୟରେ ସ୍ଵାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତାକୁ ନଜରରେ ରଖି ସମଗ୍ର ଦେଶରେ ଓଡିଶା ରୋଲ୍ ମଡେଲ ହେବ । ସେଥିପାଇଁ ଯାହା ଆବଶ୍ୟକ ତାହା ଉପରେ ସରକାର ଗୁରୁତ୍ବ ଦେବେ । ସ୍ୱାସ୍ଥ୍ୟକ୍ଷେତ୍ର ଅନେକ ଦିନ ଧରି ଅବହେଳିତ ହୋଇରହିଥିଲା। ଗ୍ରାମାଞ୍ଚଳରେ ଲୋକେ ତ୍ରାହି ତ୍ରାହି ଡାକୁଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଦୀର୍ଘ ସମୟରୁ ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି। ବିଶେଷ କରି ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀଙ୍କୁ ଉଚିତ ସମୟରେ ସ୍ଵାସ୍ଥ୍ୟ ସେବା ମିଳି ପାରୁନାହିଁ। ଏହାର ଅନେକ ବିକଳ ଚିତ୍ର ମଧ୍ୟ ସାମ୍ନାକୁ ଆସି ସାରିଛି। ଏହି ପ୍ରସଙ୍ଗରେ ମଧ୍ୟ ଅନେକ ରାଜନୀତି ହୋଇଛି।