ଭୁବନେଶ୍ୱର: ବିରୋଧୀ ଦଳ ହିସାବରେ ଆନ୍ଦୋଳନ କରିବାକୁ ସମସ୍ତ ପ୍ରକାର ଅଧିକାର ଅଛି । କିନ୍ତୁ ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥକୁ ହନନ କରିବାକୁ, ଓଡ଼ିଶାର ଲୋକଙ୍କ ବିକାଶକୁ ପ୍ରତିହତ କରିବା, କିମ୍ବା ଲୋକଙ୍କ ବିକାଶକୁ ହତ୍ୟା କରିବା । ତୁମେ ଅତୀତରେ ଯାହା କାର୍ଯ୍ୟ କରିଛ, ଯଦି ନମୂନା ଦିଆଯିବ ଭଗବାନ ବି କ୍ଷମା କରିବେ ନାହିଁ । କଂଗ୍ରେସର ଆଚରଣ ବିଧାସଭାର ପରମ୍ପରା ଭାଙ୍ଗିଛି । ବିରୋଧୀ ଦଳର ଆଚରଣ ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ । ବିଧାନସଭାକୁ ବାରମ୍ବାର ଅଚଳ କରିବାକୁ ନେଇ ଏଭଳିଭାବେ କଂଗ୍ରେସ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବିରୋଧୀଙ୍କ ହଙ୍ଗାମାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଖୁବ ଧୋଇଛନ୍ତି । ବିଧାନସଭାରେ ନୀତି ପ୍ରଣୟନ ହେବା କଥା, ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା ଚାଲିଛି । ଦୀର୍ଘ ୧୩ ଦିନ ହେବ ପ୍ରଶ୍ନକାଳ, ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଛି । ବିଧାନସଭାକୁ ଅଚଳ କରିବାକୁ ବିଧିବଦ୍ଧଭାବେ ଷଡ଼ଯନ୍ତ୍ର କରାଯାଇଛି । ବିଧାନସଭା ପରମ୍ପରା ଦୃଷ୍ଟିରୁ ଏହା ଗ୍ରହଣୀୟ ନୁହେଁ । ବିଭିନ୍ନ ଭାବରେ ବିଧାନସଭାର ସମୟକୁ ନଷ୍ଟ କରିବା ଅତ୍ୟନ୍ତ କଦର୍ଯ୍ୟ ।
ସେହିପରି କଂଗ୍ରେସ ନିଜର ସ୍ଥିତିକୁ ବଞ୍ଚାଇବାକୁ, ବୁଡ଼ି ଯାଉଥିବା ଡଙ୍ଗାକୁ ବଞ୍ଚାଇବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି, ଆସନ୍ତା ୨୭ ତାରିଖରେ କଂଗ୍ରେସ ବିଧାନସଭା ସମ୍ମୁଖରେ ରାଲି କରିବ । ଦିଲ୍ଲୀରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ବିଧାନସଭାକୁ ନ ଚଳାଇଦେବାକୁ ହାଇଡ୍ରାମା କରୁଛନ୍ତି । ବୁଡ଼ି ଯାଉଥିବା ଡଙ୍ଗାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି କଂଗ୍ରେସ ।
ମହିଳାଙ୍କ ସୁରକ୍ଷାକୁ ନେଇ ମୋହନ ସରକାର ସଚେତନ ଅଛନ୍ତି । ଯଦି ମହିଳା ସୁରକ୍ଷା କଥା କହୁଛ ତେବେ ବିଧାନସଭାକୁ ଆସି ଆଲୋଚନା କରିବାକୁ ଆହ୍ୱାନ କରିଛନ୍ତି ଆଇନ ମନ୍ତ୍ରୀ । ଯେଉଁ ମହିଳା ସୁରକ୍ଷା କଥା କଂଗ୍ରେସ କହୁଛି କଂଗ୍ରେସ ଶାସନରେ ମହିଳା କେତେ ସୁରକ୍ଷିତ ଥିଲା ତାହା ସମସ୍ତଙ୍କୁ ଜଣା । କଂଗ୍ରେସର ଗୃହ କମିଟି ଗଠନ ଦାବି ଏକ ଅଯୌକ୍ତିକ । ବିଧାନସଭା ନିୟମରେ ଯେଉଁଠି ଏକ ବଡ଼ ଧରଣର ଘଟଣା ଘଟିଲେ ଗୃହ କମିଟି ଗଠନ କରାଯାଏ ଏବଂ ତଦନ୍ତ ହୁଏ । ସମସ୍ତ ଘଟଣାରେ ଗୃହ କମିଟି ଗଠନ ଏକ ଅଯୌକ୍ତିକ ବୋଲି କହିଛନ୍ତି ଆଇନମନ୍ତ୍ରୀ । ବିଧାନସଭାକୁ ୱାସଆଉଟ୍ କରିବାକୁ ଷଡ଼ଯନ୍ତ୍ର ଚାଲିଛି ।
ପୂର୍ବରୁ ଦୁଇ ଦଳ ମହିଳା ସୁରକ୍ଷାରେ କେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରି ନ ଥିଲା । ଯଦି ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିବେ ତେବେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବେ । କିନ୍ତୁ ବିରୋଧୀ କେବେବି ଗୋଟିଏ ବି ଦାବି କରି ନାହାଁନ୍ତି । ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଯେତେବେଳେ ପ୍ରଶ୍ନ ପଚରା ଯାଉଥିଲା ସେତେବେଳେ ତଥ୍ୟ ସଂଗ୍ରହ ଚାଲିଛି, ନେ ହେଲେ ଅନ୍ୟ ପ୍ରସଙ୍ଗ ଆଣି ଏଡ଼ାଇ ଦେଉଥିଲେ । ଉତ୍ତର ମିଳୁ ଥିଲା । କିନ୍ତୁ ବିଧାନସଭାରେ ଦାବି ନ କରି ବିକ୍ଷୋଭ କରି ବାହାରେ କହୁଛନ୍ତି । ଦାବି ରଖିଲେ ଆମେ ଉତ୍ତର ରଖିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି
କଂଗ୍ରେସ ସହିତ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛି ବିଜେଡ଼ି । ଇତିଶ୍ରୀ, ବେବିନା ଠାରୁ ଆରମ୍ଭ କରି ସ୍ମିତାରାଣୀ ଭଳି ମହିଳା ଅପରାଧ ଯଦି ତାଲିକା କରିବା ତାହା ଦେଲେ ତମେ (ବିଜେଡ଼ି) ପିଏଚଡି ଠାରୁ ଆହୁରି ଅଧିକ ଡିଏସସି ହାସଲ କରିବ । ଆପଣ ମଣିଷ ମାରିବାଠାରୁ ଆରମ୍ଭ କରି ରେପ୍ ରେ ଆପଣଙ୍କ କର୍ମୀ ସାମିଲ ହେଉଥିଲେ ତାଙ୍କୁ ଗିରଫ କରାଯାଉ ନ ଥିଲା । ତୃତୀୟ ମହଲାରୁ ଅଧିକାରୀ ଅନୁମତି ନ ଦେଲେ ଅପରାଧୀ ଗିରଫ ହୋଇପାରିବ ନାହିଁ ।
ମନ୍ତ୍ରୀ କହିଛନ୍ତି ବିଧାନସଭା ଚଳାଇବାକୁ ଦୈନିକ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସୁରକ୍ଷା ବ୍ୟବସ୍ଥାକୁ ନେଲେ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବିଧାନସଭାକୁ ନ ଚଲାଇଦେବା ଦ୍ୱାରା ଲୋକଙ୍କ ଆକାଂକ୍ଷା କ୍ଷତି ହେଉଛି । ରାଜସ୍ୱ ମଧ୍ୟ ହାନି ହୋଇଛି ।