ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ଏହାରି ଭିତରେ କେନ୍ଦୁଝର ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ୩ ଟି ରେଂଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । ଏବଂ ଜଙ୍ଗଲ ମଧ୍ୟରେ ୨୮୦ ସ୍ଥାନରେ ନିଆଁ ଲାଗିବା ସହ ଜଙ୍ଗଲ ବାହାରେ ୮୦ ଟି ସ୍ଥାନରେ ନିଆଁ ଲାଗିଛି । ତେବେ ଲୋକ ମାନଙ୍କ ଆବଶ୍ୟକତା ପାଇଁ ସେମାନେ ଜଙ୍ଗଲରେ ନିଆଁ ଲଗାଉଥିବା ଜଣାପଡିଥିବା ବେଳଏ ସେପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଯୋଗୁଁ ଗଛ ପତ୍ର ଶୁଖିଯାଉଛି । ଯାହା ଫଳରେ ନିଆଁ ବ୍ୟାପିବାରେ ଲାଗିଛି । ଏଭଳି ପରିସ୍ଥିତିରେ ବନବିଭାଗ ନିଆଁ ଲିଭାଉଥିବା ବେଳେ ଲୋକଙ୍କୁ ସଚେତନ ମଧ୍ୟ କରୁଛି ।