କଟକ: ଆଜି ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ । ଆଜି ବଡସିଂହାର ବେଶରେ ବାବା ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ବାବାଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ କାର୍ତିକ ବ୍ରତ ପାଳନ କରୁଥିବା ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ଦିନ ଭଗବାନ ଶିବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଏହାସହିତ ମାନସିକ ଶାନ୍ତି ମିଳିଥାଏ ।
ତେବେ ଆଜି କାର୍ତ୍ତିକ ମାସ ସୋମବାର ହୋଇଥିବାରୁ ରାତି ୪ ଟାରୁ ମନ୍ଦିର ପହୁଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳ ଆଳତୀ, ମଇଲମ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଛି ।