ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସେସନ ଜଜ ଜଣେ ବ୍ୟକ୍ତିଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବ୍ୟକ୍ତି ଜଣକ ଏମିତି ଘୃଣ୍ୟ କାମ କରିଛନ୍ତି ଯାହା କୌଣସି ସଭ୍ୟ ସମାଜ ଗ୍ରହଣ କରି ପାରିବନି । ଆପଣ ବି ଜାଣିଲେ ମର୍ମାହତ ହେବେ । ବ୍ୟକ୍ତିକୁ ନିଜର ୧୫ ବର୍ଷୀୟ ଝିଅ ସହ ଯୌନ ଉତ୍ପୀଡନ, ବଳାତ୍କାର ଓ ଗର୍ଭବତୀ କରିବା ଅପରାଧରେ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହି ସଜା ଅନନ୍ତନାଗର ପ୍ରିନ୍ସିପାଲ ସେସନ ଜଜ ତାହିର ଖୁର୍ସିଦ ରୈନା ଦେଇଛନ୍ତି । ଜଜ ଏହି ଅପରାଧକୁ ଅତ୍ୟନ୍ତ ହୀନ, ମାନସିକ ବିକୃତି ଓ ନୈତିକ ମୂଲ୍ୟବୋଧର ପତନ ବୋଲି କହିଛନ୍ତି । ବଳାତ୍କାର ପୀଡିତା ଅଦାଲତରେ ନିଜ ପିତାଙ୍କ ବିରୋଧରେ ସାକ୍ଷ୍ୟ ଦେବା ସମୟରେ କାନ୍ଦି ପକାଇଥିଲେ ।
ଜଜ ରୈନା କହିଛନ୍ତି, ଅତ୍ୟନ୍ତ ବିଷାଦଗ୍ରସ୍ତ ସ୍ଥିତିରେ ପୀଡିତା ନିଜର ଦୋଷୀ ପିତାକୁ ପ୍ରଶ୍ନ କରିଥିଲେ ଯେ, ଏହି ଜଘନ୍ୟ ଅପରାଧ ପାଇଁ କିଏ ଏମିତି କହିଥିଲା । କଣ କୌଣସି ପିତା ନିଜ ଝିଅ ସହ ଏମିତି କରିପାରେ ? ଏହି ପ୍ରଶ୍ନ ପୀଡିତା ଅଦାଲତରେ ଦୋଷୀ ପିତା ବିରୋଧରେ ଲୁହଭରା ସ୍ୱରରେ ପଚାରିଥିଲେ । ବିଚାରପତି କହିଛନ୍ତି, ଏହି ପ୍ରଶ୍ନ ଆମ ସମାଜରକୁ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ବିଶେଷ କରି ସେହି ମାନଙ୍କ ପାଇଁ ଯିଏ ପିଲାଙ୍କ ସୁରକ୍ଷା ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଥାନ୍ତି ।
ଅଦାଲତ କହିଛନ୍ତି ଯେ, କଣ ଆମର ଝିଅ ଏତେ ସୁରକ୍ଷିତ ଯେ ଜୀବିତ ରହି ପାରିବେ, ନିଜ ଜୀବନରୁ ପୂରା ଆନନ୍ଦ ନେଇ ପାରିବେ ? ପୀଡିତା ନିଜ ଦୋଷୀ ପିତାଙ୍କୁ ପଚାରିଥିବା ପ୍ରଶ୍ନ ସମାଜର ଆଖି ଖୋଲି ଦେବା ପରି ରହିଛି । ଏହା ଅତ୍ୟନ୍ତ ବିଡମ୍ବନା ଯେ, ଅଦାଲତକୁ ଏମିତି ଘୃଣ୍ୟ ମାମଲାର ଶୁଣାଣି କରିବାକୁ ପଡୁଛି । ଅନ୍ୟ ଏକ ମାମଲାରେ ଦାଦା ନିଜ ଝିଆରୀ ସହ ଦୁଇ ବର୍ଷ ଧରି ଲଗାତାର ବଳାତ୍କାର କରି ଆସିଛି ।
ଋିପୋର୍ଟ ଅନୁଯାୟୀ, ପୀଡିତା ସେହି ସମୟରେ ପ୍ରାୟ ୧୫ ବର୍ଷ ବୟସର ଥିଲେ, ଯେବେ ତାଙ୍କ ବାପା ୨୦୨୨ ଜାନୁଆରୀ ୨୫ରେ ତାଙ୍କ ସହ ବଳାତ୍କାର କଲେ ଏବଂ ସେ ଗର୍ଭବତୀ ହୋଇଥିଲେ । ଅନନ୍ତନାଗ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିଲା ।
Also read: ଭାରତର ଏହି ରାଜ୍ୟ ଉପରେ ବାଂଲାଦେଶର ନଜର, ପାକିସ୍ତାନକୁ ବିବାଦୀୟ ନକ୍ସା ଦେଲେ ୟୁନୁସ