ନୂଆଦିଲ୍ଲୀ: ବାଂଲାଦେଶ ଓ ଭାରତ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢିବାର ସମ୍ଭାବନା ରହିଛି । ଏହାର କାରଣ ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ପକ୍ଷରୁ ପାକିସ୍ତାନକୁ ଦିଆଯାଇଛି ଏକ ବିବାଦୀୟ ମାନଚ୍ଚିତ୍ର । କୁହାଯାଉଛି ୟୁନୁସଙ୍କ ଦ୍ୱାରା ଦିଆଯାଇଥିବା ନକ୍ସାରେ ଭାରତର ପୂର୍ବୋତର ରାଜ୍ୟଗୁଡିକୁ ବାଂଲାଦେଶର ଅଂଶ ଭାବେ ଦର୍ଶା ଯାଇଛି । ବର୍ତ୍ତମାନ ଏହାକୁ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ପାକିସ୍ତାନର ଜଏଣ୍ଟ ଚିଫ ଅଫ ଷ୍ଟାଫ କମିଟିର ପ୍ରମୁଖ ଜେନେରାଲ ସାହିର ଶମଶାଦ ମିର୍ଜା ବାଂଲାଦେଶ ଗସ୍ତରେ ଆସି ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସମୟରେ ୟୁୁନୁସ ପାକିସ୍ତାନୀ ଜେନେରାଲଙ୍କୁ ଏକ ନକ୍ସା ଦେଉଥିବା ଦେଖିବାକୁ ମିଳିଛି । ଏହି ନକ୍ସାରେ ଆସାମ ଓ ଅନ୍ୟ ପୂର୍ବୋତର ରାଜ୍ୟଗୁଡିକୁ ବାଂଲାଦେଶର ଅଂଶ ଭାବେ ଚିତ୍ରଣ କରାଯାଇଛି । ଖାସ କଥା ପହଲଗାମ ଆତଙ୍କବାଦୀ ହମଲା ପରଠୁ ପାକିସ୍ତାନ ଓ ବାଂଲାଦେଶ ଆହୁରି ନିକଟତର ହୋଇଛନ୍ତି ।
ଗତ କିଛି ମାସରେ ୟୁନୁସ ଲଗାତାର ଭାରତର ପୂର୍ବୋତର ରାଜ୍ୟଗୁଡିକ ବିଷୟରେ ଉଲ୍ଲେଖ କରି ଆସିଛନ୍ତି । ଏପ୍ରିଲରେ ଚୀନ ଯାତ୍ରା ସମୟରେ ସେ କହିଥିଲେ, ଭାରତର ସାତ ରାଜ୍ୟ ଭାରତର ପୂର୍ବରେ ଅବସ୍ଥିତ । ଏହି ରାଜ୍ୟଗୁଡିକର ସମୁଦ୍ର ପର୍ଯ୍ୟନ୍ତ କୌଣସି ରାସ୍ତା ନାହିଁ । ସେ କହିଥିଲେ, ଏହି କ୍ଷେତ୍ର ପାଇଁ ଆମେ ସମୁଦ୍ର ସଂରକ୍ଷକ । ଆମ ପାଇଁ ବଡ ସମ୍ଭାବନା ଖୋଲା ରହିଛି । ଏଥିରେ ଚୀନ ଅର୍ଥବ୍ୟବସ୍ଥାର ବିସ୍ତାର ହୋଇପାରେ ।
Also read: ସୁପ୍ରିମକୋର୍ଟ କ୍ରୋଧିତ: ରାଜ୍ୟଗୁଡ଼ିକ ବୁଲା କୁକୁର ମାମଲାରେ ସତ୍ୟପାଠ ଦାଖଲ କରିବାରେ ବିଫଳ