ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’କୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୮ଟି ଜିଲ୍ଲାରେ ତିନି ଦିନ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଅକ୍ଟୋବର ୨୮ରୁ ୨୯ ତାରିଖ ଯାଏଁ ଅଙ୍ଗନବାଡ଼ି ଓ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲାମାନଙ୍କର ଜିଲ୍ଲା ପ୍ରଶାସନ ଆବଶ୍ୟକ ସ୍ଥଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜନ କରିପାରିବେ ବୋଲି କୁହାଯାଇଛି । ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
-
ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ ଓ ନିର୍ଦ୍ଦେଶରେ ସେମାନେ ଦାୟିତ୍ଵ ନିର୍ବାହ କରିବେ ।
-
ବିଦ୍ୟାଳୟ ଗୃହ ଗୁଡିକ ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରେ ।
-
ଜିଲ୍ଲା ଶିକ୍ଷା ଅକାରୀମାନେ ଆବଶ୍ୟକ ସମୟରେ ରାଜ୍ୟର ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରି ସମୟୋଚିତ ପଦକ୍ଷେପ ନେବେ ।
-
ସମସ୍ତ ଶ୍ରେଣୀ ଗୃହରେ ଏବଂ ଅନ୍ୟାନ୍ୟ କୋଠରୀ ଗୁଡିକରେ ବିଦ୍ୟୁତ ଚଳାଚଳକୁ ବନ୍ଦ ରଖିବେ |
-
ବିଦ୍ୟାଳୟ ରେ ଥିବା ସମସ୍ତ ଶୈକ୍ଷିକ ଉପକରଣ ସ୍ଥାନରେ ରଖିବେ । କରଣ ଏବଂ ଆସବାବ ପତ୍ରକୁ ସୁରକ୍ଷିତ
-
ବାତ୍ୟା ପରେ ସମସ୍ତ ଉପକରଣ ଏବଂ ଆସବାବ ପତ୍ର ପରିଚାଳନାକୁ ସୁନିଶ୍ଚିତ କରିବେ ।
-
ଯଦି ବାତ୍ୟାରେ କୌଣସି କ୍ଷୟକ୍ଷତି ହୋଇ ହାଇଥାଏ, ତେବେ ପ୍ରଧାନ ଶିକ୍ଷକ ପରବର୍ତ୍ତୀ ସମୟରେ ଆକଳନ କରି ଜିଲ୍ଲା ଶିକ୍ଷା ଅଧ ଅଧିକାରୀଙ୍କୁ ଜଣାଇବେ ।
-
ଜିଲ୍ଲା ଶିକ୍ଷା ଅଧିକାରୀ ବାତ୍ୟାର କ୍ଷୟକ୍ଷତି ସମ୍ୱନ୍ଧରେ ଜିଲ୍ଲାପାଳଙ୍କୁ ଓ ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଜଣାଇବେ ।
-
ଆବଶ୍ୟକ ସ୍ଥଳେ ପ୍ରଧାନ ମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ହେଉଥିବା ଚାଉଳକୁ ରିଲିଫ କାର୍ଯ୍ୟରେ ବ୍ୟବହାର କରିପାରିବେ, ଯାହାକି ପରବର୍ତ୍ତୀ ଅବସ୍ଥାରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଠାରୁ ଭରଣ କରାଯିବ ।
-
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକମାନେ ନିଜର କାର୍ଯାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିବେ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଯୋଗାଯୋଗରେ ରହିବେ ।
-
ଆବଶ୍ୟକ ସ୍ଥଳେ ପ୍ରଧାନ ମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ହେଉଥିବା ଚାଉଳକୁ ରିଲିଫ କାର୍ଯ୍ୟରେ ବ୍ୟବହାର କରିପାରିବେ, ଯାହାକି ପରବର୍ତ୍ତୀ ଅବସ୍ଥାରେ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ଠାରୁ ଭରଣ କରାଯିବ ।
-
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲା ରହିବ । ଶ୍ରୀ ଗୁଣ୍ଡାଇ ହାଁସଦା, ଅନୁ ଶାସନ ସଚିବ ( ମୋବାଇଲ ୮୦୧୮୭୬୫୨୫୬ ) ଙ୍କ ସହ ଆବଶ୍ୟକ ସ୍ଥଳେ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା ।