କଟକ : ଟାଙ୍ଗୀ ଥାନା ଆଇଆଇସି (IIC) ଶିବପ୍ରସାଦ ଭଦ୍ରଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ବେଆଇନ୍ ଭାବେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ ଡିଜିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ ତଦନ୍ତ କରିବା ଆଳରେ ଜଣେ ବ୍ୟକ୍ତିଙ୍କୁ ୨ ଦିନ ଧରି ବେଆଇନ ଅଟକ ରଖିବା ଓ ମାନସିକ ଚାପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେବା ଘଟଣାକୁ ନେଇ ଟାଙ୍ଗୀ ଥାନା ଆଇଆଇସିଙ୍କୁ ନିଲମ୍ୱନ କରାଯାଇଛି। ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗ୍ରାମର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହେବା ପରେ ଟାଙ୍ଗୀ ପୋଲିସ ଗତ ୨୧ ତାରିଖରେ ତାଙ୍କୁ ଘରୁ ଉଠାଇ ଆଣିଥିଲା । ଥାନାରେ ଦୁଇ ଦିନ ରଖିବା ପରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଛି। ମାତ୍ର ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା କାରଣରୁ ସେ ଅସୁସ୍ଥ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।