ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋନ୍ଥା' ।କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ 'ମୋନ୍ଥା'।ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି 'ମୋନ୍ଥା'। ଆସନ୍ତା ୧୨ ଘଣ୍ଟା ମଧ୍ଯରେ ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ 'ମୋନ୍ଥା'। କାଲି ସଂଧ୍ୟା କିମ୍ବା ରାତିରେ ଲ୍ୟାଣ୍ଡଫଲ୍ କରିବ 'ମୋନ୍ଥା'। ମଛଲିପଟନମ ଓ କଳିଙ୍ଗପଟନମ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ଆକଳନ କରାଯାଇଛି।
ବାତ୍ୟା ମୋନ୍ଥା' ପ୍ରଭାବରେ ପଶ୍ଚିମ ଓଡ଼ିଶା ଓ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବି ପ୍ରବଳ ବର୍ଷିବ। ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ,କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ବାତ୍ୟା 'ମୋନ୍ଥା' ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଧ୍ଯ ପ୍ରବଳ ବର୍ଷିବ। ଆସନ୍ତା ୩୦ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶା ଉପକୂଳକୁ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ। କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳକୁ ବି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମକୁ ରେଡ୍ ୱାର୍ଣ୍ଣିଂ । ୨୯ ତାରିଖ ପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।