କଟକ: ବନ୍ଦ ହେଲା କଟକ ଛତ୍ରବଜାର ପିଣ୍ଡି ଟେଣ୍ଡର ପ୍ରକ୍ରିୟା । ବ୍ୟବସାୟୀ ସଂଘର ବିରୋଧ ପରେ ସିଏମ୍ସି ପ୍ରକ୍ରିୟା ବନ୍ଦ କଲା । ଟେଣ୍ଡର ପ୍ରକ୍ରିୟା ବନ୍ଦ ହେବା ପରେ ପୂର୍ବ ନିଷ୍ପତ୍ତିରୁ ଓହରିଲା ସଂଘ । ଆସନ୍ତାକାଲି ଓ ୨୯ ତାରିଖରେ ବନ୍ଦ ହେବନି ଛତ୍ରବଜାର । ଟେଣ୍ଡର ପ୍ରକ୍ରିୟା ବନ୍ଦ ନ କଲେ ୨ ଦିନ ଛତ୍ରବଜାର ବନ୍ଦ କରିବ ବୋଲି ସଂଘ କହିଥିଲା।
ସୂଚନାଯୋଗ୍ୟ କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖାଦେଇଥିଲା । ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିଥିଲେ ଛତ୍ରବଜାର ପୂଜା କମିଟି ସଂପାଦକ । ଛତ୍ରବଜାର ବ୍ୟବସାୟୀ ସଂଘକୁ ପରିଚାଳନା ଦାୟିତ୍ୱ ଦେବାକୁ ଦାବି ରହିଥିଲା । ଟେଣ୍ଡର ହେଲେ ପିଣ୍ଡିର ମୂଲ୍ୟ ବଢିବ । ବ୍ୟବସାୟୀ ଓ ଖାଉଟିଙ୍କ ଅସହ୍ୟ ହେବ । ତେବେ ସିଏମସି ଟେଣ୍ଡର ପ୍ରକ୍ରିୟା ବନ୍ଦ ନକଲେ ୨୮ ଓ ୨୯ରେ ଅର୍ବାନ ହାଟ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା ତେଣୁ ସଂଘର ବିରୋଧ ପରେ ସିଏମ୍ସି ପ୍ରକ୍ରିୟା ବନ୍ଦ କରିଛି ।