ଉତ୍ତରପ୍ରଦେଶ: ରାମଭକ୍ତଙ୍କ ପାଇଁ ଖୁସି ଖବର। ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ରାମମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନର ଦେଢ଼ବର୍ଷରୁ ଅଧିକ ସମୟ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି। ୨୨ ଜାନୁଆରୀ ୨୦୨୪ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହୋଇଥିଲା। ଆଜି ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ମନ୍ଦିର କର୍ତ୍ତୃପକ୍ଷ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି।
ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ଆମେ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଭକ୍ତଙ୍କୁ ଏହା ଜଣାଇ ବହୁତ ଖୁସି ହେଉଛୁ ଯେ, ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି। କିଛି କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯେପରିକି ୩.୫ କିଲୋମିଟର ପ୍ରାଚୀର, କର୍ତ୍ତୃପକ୍ଷ କାର୍ଯ୍ୟାଳୟ, ଅତିଥି ଗୃହ, ପ୍ରେକ୍ଷାଳୟ ଏବଂ ସଭାଗୃହ ଇତ୍ୟାଦି। ଯାହାର କୌଣସି ପ୍ରଭାବ ଭକ୍ତଙ୍କ ଉପରେ ପଡ଼ିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି କି, ମାନଚିତ୍ର ଅନୁସାରେ ରାସ୍ତା ଏବଂ ଫ୍ଲୋରିଂରେ ପଥର ଲଗାଇଥବା କାର୍ଯ୍ୟ ଏଲଆଣ୍ଡଟି ଦ୍ବାରା ତଥା ଭୂମି ସୌନ୍ଦର୍ଯ୍ୟ, ଲ୍ୟାଣ୍ଡିଂ ସ୍କୋପିଂ କାର୍ଯ୍ୟ ସହିତ ୧୦ ଏକର ପଞ୍ଚବଟୀ ନିର୍ମାଣ CMR ଦ୍ବାରା ଦ୍ରୁତଗତିରେ କରାଯାଉଛି। ସମସ୍ତ କାର୍ଯ୍ୟ ଏବେ ଚାଲିଛି। ଯେପରିକି ୩.୫ କିଲୋମିଟର ପ୍ରାଚୀର, କର୍ତ୍ତୃପକ୍ଷ କାର୍ଯ୍ୟାଳୟ, ଅତିଥି ଗୃହ, ପ୍ରେକ୍ଷାଳୟ ଏବଂ ସଭାଗୃହ ଇତ୍ୟାଦି। ନଭେମ୍ବର ୨୫ ତାରିଖରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତାକା ଉତ୍ତୋଳନ ଉତ୍ସବ ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
ଅଧିକ ପଢନ୍ତୁ: ଛଠ୍ ପୂଜା: ଦିଲ୍ଲୀର ୧୩୦୦ ଘାଟରେ ଆୟୋଜନ ମନ୍ତ୍ରୀ କହିଲେ, ଏହା ଏପର୍ଯ୍ୟନ୍ତ ସବୁଠାରୁ ମହାନ ହେବ...