ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସିଥିବା ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖିବାକୁ ମିଳିଛି। ମେଡିକାଲ ବାହାରେ ଆଗରେ ମୃତଦେହ ରଖି ମୃତକଙ୍କ ସମ୍ପର୍କୀୟ ଧାରଣା ଦେଇଛନ୍ତି।
ସୂଚନା ମୁତାବିକ ପାରାଦୀପ ଅଞ୍ଚଳର ଦୀପକ ଦଳେଇଙ୍କ ସ୍ତ୍ରୀ ରଶ୍ମିତା ନାଥ ୪ ମାସର ଗର୍ଭବତୀ ଥିବାବେଳେ ହଠାତ୍ ସେ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ ପ୍ରଥମେ ଅଠର ବାଙ୍କୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଚିକିତ୍ସା ଅଭାବରୁ ହସ୍ପିଟାଲ କର୍ତ୍ତୃପକ୍ଷକୁ ଦାୟୀ କରି ପାଟିତୁଣ୍ଡ କରିଛନ୍ତି ପରିବାର ଲୋକେ। ମୃତଦେହ ରଖି ଧାରଣା ଦେବା ସହ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।