ଭୁବନେଶ୍ୱର: ସରକାର ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା । ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୪ ଜୁଲାଇରୁ ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ।
ବିଜ୍ଞାପନ ପାଇଁ ରାଜ୍ୟ ସରକାର ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ ଖର୍ଚ୍ଚ କରିଥିବାବେଳେ, ଟିଭି ଚ୍ୟାନେଲରେ ୯ କୋଟି ୩୫ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି, ରେଡିଓ ଚ୍ୟାନେଲେର ୨.୧୪ କୋଟି, ୱେବ୍ ଚ୍ୟାନେଲରେ ୧.୮୭ କୋଟି ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ହୋଡିଂ ବାବଦରେ ୩୯ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। କମ୍ୟୁନିଟି ରେଡିଓରେ ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଅଧିକ ପଢନ୍ତୁ: ମହା ଶିବରାତ୍ରୀ ପୂର୍ବରୁ ସରିବ ଏକାମ୍ର ପ୍ରକଳ୍ପ : ଏକାମ୍ର ବିଧାୟକ ବାବୁ ସିଂ