ଭୁବନେଶ୍ୱର: ସରକାରୀ ନିୟମ ବେଖାତିର କରିବା କଲେଜ ଅଧ୍ୟକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଲେଜ ଅଧ୍ୟକ୍ଷଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଉଚ୍ଚ ଶିକ୍ଷା ବିଭାଗ । ରାଜ୍ୟର ୬୩ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚ ଶିକ୍ଷା ବିଭାଗ ।
ଅଧିକ ପଢ଼ନ୍ତୁ-ଗୁଜବ ଉପରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ: ଯୋଗୀ
ରାଜ୍ୟର ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡ଼ିକୁ କାପା ପୋର୍ଟାଲରେ କଲେଜ ବ୍ୟାଙ୍କ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ରହିଥିଲା । ୨୦୨୪-୨୫ ବର୍ଷ ପାଇଁ ଅପଡେଟ୍ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ବାରମ୍ବାର ତାଗିଦ କରିଥିଲା । କିନ୍ତୁ ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ନ ପାଳନ କରିବା ୬୩ ଟି କଲେଜ ପାଇଁ ମହଙ୍ଗା ପଡ଼ିଛି । ଉଚ୍ଚ ଶିକ୍ଷା ବିଭାଗ ୬୩ ଟି କଲେଜ ଅଧ୍ୟକ୍ଷଙ୍କ ଦରମା ଚଳିତମାସଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି । ଏଥିମଧ୍ୟରୁ ସର୍ବାଧିକ ଯାଜପୁର ଜିଲ୍ଲାର ୧୧ଟି କଲେଜ ରହିଛି । ଯେପର୍ଯ୍ୟନ୍ତ ଆକାଉଣ୍ଟ ଅପଡେଟ୍ ନ ହେବ ସେ ପର୍ଯ୍ୟନ୍ତ ଦରମା ମିଳିବ ନାହିଁ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ- ବିଶ୍ୱକପରେ ଗୋଙ୍ଗାଡୀ ତ୍ରିଶାଙ୍କ ବିଶ୍ୱ ରେକର୍ଡ, ସ୍କଟଲ୍ୟାଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ