ଭୁବନେଶ୍ୱର : ଆଗାମୀ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପଠାରେ ଐତିହାସିକ ମୟୁରଭଞ୍ଜ ଉତ୍ସବ ସ୍ଥାନୀୟ ମୟୁରଭଞ୍ଜ ସାଂସ୍କୃତିକ ସଂସଦ ଦ୍ୱାରା ମହା ସମାରୋହରେ ପାଳନ କରାଯିବ l ଏହି ଅବସରରେ ଉତ୍ସବ କମିଟିର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ରଥଙ୍କ ସମେତ ସଂସଦର ସାଧାରଣ ସମ୍ପାଦକ ଡକ୍ଟର ରଜନୀ ରଞ୍ଜନ ବିଶ୍ୱାଳ ଯୋଗଦେଇ ଏହି ଉତ୍ସବ କିପରି ଚିତ୍ତାକର୍ଷକ ଭାବେ ପାଳନ କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l
ଉକ୍ତ ଉତ୍ସବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା, କ୍ରୀଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ପ୍ରମୁଖଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ସଙ୍ଗେ ସଙ୍ଗେ ଜାନୁଆରୀ ୩୧ ତାରିଖରେ ଅନୁଷ୍ଠାନିକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉତ୍କଳ ମଣ୍ଡପ ଠାରେ ଉଦଘାଟନ କରିବେl
ମୟୁରଭଞ୍ଜର କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ, ବ୍ୟଞ୍ଜନ ଓ ପର୍ଯ୍ୟଟନର ଭରପୁର ମଜା ଉଠେଇବା ସହିତ ଛଉ, ଝୁମର ନାଚ ସାଙ୍ଗକୁ ବିଶିଷ୍ଟ ସିନେ କଳାକାର ମାନଙ୍କ ଦ୍ୱାରା ପାରିବେଶିତ ରଙ୍ଗାରଙ୍ଗ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମରେ କେମିତି ଜନସାଧାରଣ ଝୁମିବେ