ଭୁବନେଶ୍ୱର: ରାଜ୍ୟରେ ବୋର୍ଡ ନିଗମରେ ନେତାଙ୍କ ଥଇଥାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ନିଗମ ଓ ବୋର୍ଡରେ ନିଯୁକ୍ତି ପୂରଣ ହେବ । ରାଜ୍ୟର ୪୪ଟି ସରକାରୀ ଉଦ୍ୟୋଗକୁ ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ମାଗିଛି ।
ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ, ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ ତାରିଖ ମଧ୍ୟରେ କେଉଁ ସରକାରୀ ଉଦ୍ୟୋଗରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ୍ ୩୦ ତାରିଖ ସୁଦ୍ଧା କେଉଁ ସବୁ ପଦବୀରେ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ ଆଉ କେତେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ସେସବୁର ସବିଶେଷ ତଥ୍ୟ ଏକ ନିର୍ଦ୍ଧାରିତ ଫର୍ମାଟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।