ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ସ୍ଥଗିତ ରହିବ । ଆସନ୍ତା ମେ ୧୮ ଏବଂ ମେ ୨୫ ରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ତେବେ ପରବର୍ତ୍ତୀ ଶୁଣାଣି ନେଇ ଗଣମାଧ୍ୟମ ଜରିଆରେ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି ।
ଉଲ୍ଲେଖ ଯୋଗ୍ୟ, ରାଜ୍ୟରେ ମୋହନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲା । ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀ ସିଧାସଳଖ ଉପସ୍ଥିତ ରହି ଅଭିଯୋଗ ଶୁଣି ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କିଛି ସୋମବାର ପ୍ରବଳ ଗରମ ଯୋଗୁଁ ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରହିଛି ।