ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ଲୋକସେବା ଭବନ ସମ୍ମୁଖରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି । ବାଣପୁର ପୋଲିସ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା । ବିନା କାରଣରେ ପୋଲିସ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କର ସମ୍ମାନହାନି ହୋଇଥିବା କହିଛନ୍ତି ସମ୍ପୃକ୍ତ ମହିଳା ।
ଜନୈକା ମହିଳା ଜଣକ ଲୋକସେବା ଭବନ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ମାଡ଼ି ବସିଥିଲେ । ତେବେ ମହିଳା ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ କରିଛନ୍ତି । ବିନା କାରଣରେ ପୋଲିସ ତାଙ୍କୁ ଗିରଫ କରି ଦୀର୍ଘ ତିନି ମାସ ଜେଲ ଭିତରେ ରଖିଲା । ତାଙ୍କ ସ୍ୱାମୀ ପୋଲିସ ସହିତ ଝଗଡ଼ା କରିଥିବାବେଳେ ପୋଲିସ ତାଙ୍କୁ ନ ବାନ୍ଧି ମହିଳାଙ୍କୁ ଗିରଫ କରିଥିଲା ।
ତିନି ମାସ ପରେ ଜେଲରୁ ବାହାରିବା ପରେ ଏବେ ସେ କାହା ଆଗରେ ମୁଣ୍ଡ ଟେକି ଚାଲି ପାରୁନାହାଁନ୍ତି । ପୋଲିସ ଏଭଳି ପଦକ୍ଷେପ ଦ୍ୱାରା ତାଙ୍କ ସମ୍ମାନ ହାନି ଘଟିଛି । ସ୍ୱାମୀ ମଧ୍ୟ ଆଉ ଘରେ ପୁରାଇ ଦେଉ ନାହାଁନ୍ତି । ସତ କେବେବି ସାମ୍ନାକୁ ଆସିବ ନାହିଁ । ତେଣୁ ସେ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି । ତାଙ୍କୁ ନ୍ୟାୟ ଦେବାକୁ ମହିଳା ଜଣକ ଦାବି କରିଛନ୍ତି ।