କଟକ: ବିଜେପି ନେତା ତଥା ଅଭିନେତା ଅରିନ୍ଦମ ରାୟ ଆଜି ଟାଙ୍ଗୀ ବ୍ଲକ୍ ଅତିରିକ୍ତି ବିଡ଼ିଓଙ୍କ ଉପରେ ତାତିଛନ୍ତି । ଜନତାଙ୍କ ସମସ୍ୟା ନେଇ ଆସିଥିବାବେଳେ ସେ କିଛି ଶୁଣୁ ନ ଥିଲେ । ବିଡ଼ିଓଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବିଜେଡ଼ି କାର୍ଯ୍ୟାଳୟ କରି ଦିଆଯାଇଥିବା ଅରିନ୍ଦମ ଅଭିଯୋଗ କରିଛନ୍ତି ।
ଆଜି ସକାଳ ସମୟରେ ଅରିନ୍ଦମ ରାୟ କିଛି ସମସ୍ୟା ନେଇ ବିଡ଼ିଓଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ଏହି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅରିନ୍ଦମ ଏବିଡ଼ିଓଙ୍କ ବ୍ୟବହାରରେ ବିରକ୍ତି ପ୍ରକାର କରି ଚିଲାଇଥିଲେ ।
ଅରିନ୍ଦମ କହିଛନ୍ତି ଯେ ସେ ଲୋକଙ୍କ ସମସ୍ୟା ନେଇ ବିଡ଼ିଓଙ୍କୁ ଭେଟିବାକୁ ଆସିଥିଲେ । କିନ୍ତୁ ବିଡ଼ିଓ ଅନୁପସ୍ଥିତ ଥିବାବେଳେ ଏବିଡ଼ିଓ ଗୋଟିଏ ଚ୍ୟାମ୍ବର୍ ଭିତରେ ପ୍ରଥମେ କବାଟ ବନ୍ଦ କରି ପଶି ରହିଥିଲେ । ଏହା ପରେ ସେ କିଛି ସମୟ ପରେ ପଦାକୁ ଆସିଥିଲେ । ଏବିଡ଼ିଓ କୌଣସି ସମସ୍ୟାର ଦାୟିତ୍ୱ ନେଇ ନ ଥିଲେ । ଏହା ପରେ ପରବର୍ତ୍ତୀ ବୁଧବାର ପାଇଁ ସମୟ ଦେଇଛନ୍ତି । ଯେଉଁଥିରେ ବିଡ଼ିଓ ଉପସ୍ଥିତ ରହିବେ ଏବଂ ଲୋକଙ୍କ ସମସ୍ୟା ଶୁଣିବେ ।
ଅରିନ୍ଦମ ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ ବିଡ଼ିଓ କାର୍ଯ୍ୟାଳୟ ବିଜେଡ଼ି କାର୍ଯ୍ୟାଳୟରେ ପରିଣତ ହୋଇଛି । ସେ କହିଛନ୍ତି ଯେ ବିଭିନ୍ନ ବୈଠକରେ ଆତ୍ମାର ନିର୍ବାଚିତ ବିଜେପି ଅଧ୍ୟକ୍ଷଙ୍କୁ ଡକା ଯାଉନଥିବାବେଳେ ବିଜେଡ଼ି ଦଳର କର୍ମକର୍ତ୍ତାଙ୍କୁ ଡକାଯାଉଛି । ଏପିରିକି ଦୁଇ ବର୍ଷ ଧରି ଏବିଡ଼ିଓ ବ୍ଲକ୍ କରୁଥିବା ସତ୍ତ୍ୱେ ଆତ୍ମାର ଅଧ୍ୟକ୍ଷଙ୍କୁ ଚିହ୍ନି ନ ଥିବା କହିଛନ୍ତି । ଏମିତିକି ସେ ସମସ୍ତ ଫାଇଲ ଜଣେ ବ୍ୟକ୍ତିଙ୍କୁ ପଠାଇଥିବା ସେ ସ୍ୱୀକାର କରିଥିବା ଅରିନ୍ଦମ କହିଛନ୍ତି । ସରକାରୀ କାର୍ଯ୍ୟାଳୟରେ ଏଭଳି କାର୍ଯ୍ୟପନ୍ଥାକୁ ନେଇ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଅରିନ୍ଦମ କହିଛନ୍ତି ।