କଟକ/ଭଦ୍ରକ: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ୍ ପମ୍ପରେ ତେଳ ମିଳୁନଥିବା ଅଭିଯୋଗ ହୋଇଛି । କଟକରେ ମଧ୍ୟ ଲୋକେ ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ତେଳ କଳାବଜାରୀ ରୋକିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଜିଲ୍ଲାପାଳ ଦତ୍ତାତ୍ରୟ ସିନ୍ଧେ ଭାଉସାହେବ ସହରର ବିଭିନ୍ନ ପଟ୍ରୋଲ ପମ୍ପରେ ଅଚାନକ ଚଢ଼ଉ କରିଛନ୍ତି । ଜିଲ୍ଲାପାଳ ବିଭିନ୍ନ ପେଟ୍ରୋଲ ପମ୍ପ ପହଁଚି ଗଚ୍ଛିତ ତେଲର ଯାଞ୍ଚ କରିଛନ୍ତି ।
ଭଦ୍ରକ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ଏବଂ ଡିଜେଲ ପମ୍ପ ମାନଙ୍କରେ ପେଟ୍ରୋଲ ର ଅଭାବ ଦେଖା ଦେଇଛି । ଯାହା ଫଳରେ ଲୋକମାନେ ବହୁ ଅସୁବିଧା ର ସମ୍ପୁଖିନ ହେବାକୁ ପଡୁଛି ।କେଉଁଠି ଗ୍ରାହକ ମାନଙ୍କ ର ଲମ୍ବା ଲାଇନ ତ କେଉଁଠି ପେଟ୍ରୋଲ ପମ୍ପରେ ତାଲା ଯାହା ଫଳରେ ବହୁ ଅସୁବିଧା ରେ ସମ୍ପୁଖିନ ହେଉଛନ୍ତି ଗ୍ରାହକ ମାନେ ଡହଡହ ଖରାରେ ଲମ୍ବା ଲାଇନିରେ ଠିଆ ହେବାକୁ ପଡୁଛି । ଆଜି ଜିଲ୍ଲା ବିଭିନ୍ନ ପେଟ୍ରୋଲ ପମ୍ପରେ ତଦାରଖ କରିଛନ୍ତି ଭଦ୍ରକ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ । ପେଟ୍ରୋଲ ପମ୍ପରେ ଠିକ ଭାବରେ ପେଟ୍ରୋଲ ନ ମିଳୁଥିବା ଅଭିଯୋଗ ପାଇ ବିଭିନ୍ନ ପେଟ୍ରୋଲ ପମ୍ପ ରେ ଚଢାଉ କରିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ସମାନ ଅଭିଯୋଗ। ଅନ୍ୟ ପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କହୁଛି ରାଜ୍ୟର ପେଟ୍ରୋଲ ଓ ଡିଜେଲ ପମ୍ପରେ ତେଲର ଅଭାବ ନାହିଁ । ଜିଲ୍ଲାରେ ତେଲର ଯେଉଁ ସମସ୍ୟା ଦେଖା ଦେଇଛି ତୁରନ୍ତ ସମାଧାନ ପାଇଁ ଲୋକମାନେ ଦାବି କରିଛନ୍ତି।