ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ମାମଲାରେ ସୁପାରୀ କିଲର୍ ଗିରଫ । ସୁପାରୀ କିଲରକୁ ଝାଡ଼ଖଣ୍ଡରୁ ଗିରଫ କଲା ଜଗତସିଂହପୁର ପୋଲିସ । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ପୂର୍ବରୁ ଯୁବତୀଙ୍କ ପୂର୍ବତନ ପ୍ରେମିକ ଗିରଫ ହୋଇଛି ।
ଗତମାସ ୨୧ ତାରିଖ ରାତିରେ କାଠିଆପଡ଼ା ଗ୍ରାମର ପ୍ରମୋଦ ଦାସଙ୍କ ଝିଅ ସସ୍ମିତା ଦାସଙ୍କ ଝିଅକୁ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ସସ୍ମିତାଙ୍କ ନିର୍ବନ୍ଧ ସରିବାର ଦିନକ ପରେ କୁଳମୁଣ୍ଡିଳ ଗ୍ରାମର ସୂର୍ଯ୍ୟକାନ୍ତ ସ୍ୱାଇଁ ଓରଫ୍ ପୁପୁ ହତ୍ୟା କରିଥିଲା । ସୂର୍ଯ୍ୟକାନ୍ତକୁ ମଧ୍ୟ ଝାଡ଼ଖଣ୍ଡରୁ ଗିରଫ କରାଯାଇଥିଲା । ସେ ପୂର୍ବରୁ ଜାମସେଦପୁରେ ବ୍ୟବସାୟ କରୁଥିଲା । ଗତ କିଛି ବର୍ଷ ହେବ ସେ ଗାଁକୁ ଫେରିଥିଲା । କାଠିଆପଡ଼ା ଗ୍ରାମ ନିକଟରେ ଏକ ଘର ତିଆରି କରୁଥିବା ସମୟରେ ସସ୍ମିତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ସସ୍ମିତାଙ୍କର ଅନ୍ୟତ୍ର ବିବାହ ସ୍ଥିର ହେବା ପରେ ସୂର୍ଯ୍ୟକାନ୍ତ ସସ୍ମିତାଙ୍କୁ ହତ୍ୟା କରିଥିଲା । ସେ ଅନ୍ୟ ଜଣକଙ୍କ ସହିତ ମିଶି ତାକୁ ତାର ଷଡ଼ଯନ୍ତ୍ରକୁ ହତ୍ୟାର ରୂପ ଦେଇଥିଲା ।