ଭୁବନେଶ୍ୱର: ବଦଳିବ ସ୍କୁଲ ଘରର ରଙ୍ଗ । ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲର ରଙ୍ଗ ପରିବର୍ତ୍ତନ କରାଯିବ । ଏ ସମସ୍ତ ସରକାରୀ ସ୍କୁଲ କୋଠାର ରଙ୍ଗ ନୀଳରୁ ଗେରୁଆ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହାଲକା ହଳଦିଆ ରଙ୍ଗ, ଗେରୁଆ ରଙ୍ଗ, ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ସମ୍ବଲପୁରୀ ପଶାପାଲୀର ଚିତ୍ର ରହିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।
ନିର୍ଦ୍ଦେଶାବଳୀରେ କୁହାଯାଇଛି, ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ। ଏହା ସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ପୂର୍ବରୁ ସ୍କୁଲ୍ ଓ ସରକାରୀ କୋଠାର ରଙ୍ଗ ଏହିପରି ହେଉଥିଲା। କିନ୍ତୁ ରାଜ୍ୟରେ ୫-ଟି ହସ୍ତକ୍ଷେପ ପରେ ସ୍କୁଲ୍ କୋଠା ସମେତ ବିଭିନ୍ନ ସରକାରୀ କୋଠାର ରଙ୍ଗକୁ ବଦଳାଯାଇଥିଲା।