ଭୁବନେଶ୍ୱର : ରାତି ପାହିଲେ ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୬ ତାରିଖରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଆଉ ତା ପରେ ପରେ ପୁଣି ଦିନକ ପରେ ମାର୍ଚ୍ଚ ୮ ରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା । ମାତ୍ର ୩ ଦିନ ଭିତରେ ଦୁଇ ଦୁଇ ଥର ଟଙ୍କା ପାଇବେ ହିତାଧିକାରୀ ।
ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତିର ୫ମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ରେ ୨ୟ କିସ୍ତି ପ୍ରଦାନ କରାଯିବ ।
ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପାର୍ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା । ଏହା ଦ୍ୱାରା ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ । ତେବେ ଏହା ପୂର୍ବରୁ ଆବେଦନ ସମୟ ସୀମାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ ଏଯାଏ ବି ସୁଭଦ୍ରା ପାଇଁ ଆବେଦନ କରିନାହାନ୍ତି ସେମାନଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି,'ଆମର ସୌଭାଗ୍ୟ , ଆମେ କୋଟିଏ କହିଥିଲୁ। ଏବେ ଗାଁର ସୁଭଦ୍ରାମାନେ ଆମକୁ ପ୍ରସ୍ତୁତ କରିଦେଲେ। ଆମେ ପୂର୍ବରୁ ୯୮ ଲକ୍ଷ ଦେଇଥିଲୁ। ତେଣୁ ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ସେ ଟଙ୍କା ଦେବୁ। ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଉର୍ଦ୍ଧ୍ବ ଛୁଇଁଛି। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ସୁଭଦ୍ରା ଟିମ, ମହିଳା ଶିଶୁ ବିକାଶ, ସହିତ ଅଙ୍ଗନବାଡି କର୍ମୀଙ୍କ ସମେତ ବ୍ୟାଙ୍କ ମିତ୍ର ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ୮ ମାସରେ ଗୋଟେ ଯୋଜନା ହୋଇ କୋଟିଏ ମହିଳାଙ୍କୁ ସୁଭଦ୍ରା ମିଳିବା ଗୋଟିଏ ଇତିହାସ ।ତେବେ ନୂଆ ଆବେଦନକାରୀଙ୍କ ପାଇଁ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ । ଏହି ତାରିଖ ମଧ୍ୟରେ ଆବେଦନ କରିଲେ ୩ଟି କିସ୍ତି ଟଙ୍କା ଏକାବେଳେ ପାଇପାରିବେ । ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ।ସୁଭଦ୍ରା’ରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବ। ଘରକୁ ଘର ଯାଇ ସର୍ଭେ ହେବ । ମାର୍ଚ୍ଚ ୩୧ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରାଯିବ। ଏବେ ସୁଦ୍ଧା ‘ସୁଭଦ୍ରା’ରେ କୋଟିଏ ୮ ଲକ୍ଷ ମହିଳାଙ୍କ ଆବେଦନ କରିଛନ୍ତି। ପୁଣି ୪ଟି ପର୍ଯ୍ୟାୟରେ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ସର୍ଭେ ପରେ ଯାହା ରହିବ ରକ୍ଷା ବନ୍ଧନରେ ୩ଟି କିସ୍ତି ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।