ଖରା ଦିନରେ ଘରେ ଗରମ ହେଉଥିବାରୁ ଛାତରେ ଶୋଇଥିବାବେଳେ ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ। ଘର କବାଟ ଭାଙ୍ଗି ଘରେ ଲୁଟ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ସାରୁଅ ବଜାର ଅଞ୍ଚଳରେ । ଏହାର ଦୁଇ ଦିନ ପୂର୍ବରୁ ସାରୁଅ ଅଞ୍ଚଳରୁ ଆଉ ଏକ ଚୋରି ହୋଇଥିଲା । ଏକ ଅଳଙ୍କାର ଦୋକାନରେ ପଶି ଦୁବୃର୍ତ୍ତ ମାନେ ସୁନା ଗହଣା ଲୁଟି ନେଇଥିଲେ ।
ଏହି ଘଟଣାର ଦୁଇ ଦିନ ପରେ ପୁଣି ଥରେ ପୋଲିସ ଆଖିରେ ଧୂଳି ଦେଇ ଲୁଟ କରିଛନ୍ତି । ସାରୁଅ ବଜାର ଅଞ୍ଚଳରେ ରହୁଥିବା ହେମନ୍ତ ସାହୁଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଛନ୍ତି । ଖରା ଦିନରେ ଗରମ ହେଉଥିବାରୁ ହେମନ୍ତ ତାଙ୍କ ପରିବାର ସହ ଛାତ ଉପରେ ଶୋଇଥିଲେ । ରାତିଅଧରେ ଆସି ଚୋର ମାନେ ଘର କବାଟ ଭାଙ୍ଗି ଘରୁ ଚୋରି କରିଛନ୍ତି । ଖବର ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି।