ପୁରୀ: ଦେବଦୂତ ସାଜିରେ ଉଦ୍ଧାରକାରୀ ଦଳ । ସମୁଦ୍ର ଭିତରେ ବଞ୍ଚିଗଲା ୮ ଜଣଙ୍କ ପ୍ରାଣ । ପୁରୀ ବେଳାଭୂମିରେ ଏକାଧିକ ସ୍ଥାନରେ ଆଜି ବୁଡି ଯାଉଥିବା ବେଳେ ୮ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତେ ଓଡ଼ିଶା ବାହାର ପର୍ଯ୍ୟଟକ ଅଟନ୍ତି ।
ପୁରୀ ବେଳାଭୂମିର ସେକ୍ଟର ୮ ବାଥିଙ୍ଗ ଯୋନରେ ଝାଡ଼ଖଣ୍ଡର ୩୦ବର୍ଷୀୟ ରକି ଚଟାର୍ଜୀ ,ସେହିପରି ସେକ୍ଟର ୩ ବାଥିଙ୍ଗ ଯୋନରେ ଝାଡ଼ଖଣ୍ଡର ୧୮ବର୍ଷୀୟ ଉତ୍ତମ କେଶରୀ ଓ ୧୮ବର୍ଷୀୟ ଅଙ୍କିତ କୁମାର ସା ଏବଂ ସେକ୍ଟର ୮ରେ ପଶ୍ଚିମବଙ୍ଗ ୨୪ ପ୍ରଗଣାର ୨୧ବର୍ଷୀୟ ବିଶାଲ ପରମଣିକ, ୨୨ବର୍ଷୀୟ ମାନସ ପାଲ ଓ ୨୩ ବର୍ଷୀୟ ସୁପ୍ରିୟ ମଣ୍ଡଳଙ୍କୁ ଉଦ୍ଧାର କରାଯାଇଛି ।
ସେହିପରି ସେକ୍ଟର ୩ରେ ଛତିଶଗଡ଼ର ଏକ ଦମ୍ପତିଙ୍କୁ ଉଦ୍ଧାର କରାଯାଇଛି । ଉଭୟ ହେଲେ ୨୪ବର୍ଷୀୟ ସନ୍ତୋଷ ଭାଗତ ଓ ୨୩ବର୍ଷୀୟା ସୋନିଆ ଭାଗତ ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ପର୍ଯ୍ୟଟକ ସୁସ୍ଥ ରହିଥିବା ସୂଚନା ମିଳିଛି ।
ତେବେ ରିପ୍ କରେଣ୍ଟ ଓ ଉଚ୍ଚ ଜୁଆର ଯୋଗୁଁ ପର୍ଯ୍ୟଟକ ମାନେ ଗୀଗର ସମୁଦ୍ର ଭିତରକୁ ଚାଲିଯାଉଥିବାରୁ ଉପସ୍ଥିତ ଲାଇଫଗାର୍ଡଙ୍କ କଥା ମାନି ସୁରକ୍ଷିତ ସ୍ନାନ କରିବାକୁ ବାରମ୍ବାର ପ୍ରଶାସନ ପକ୍ଷରୁ କୁହାଯାଉଛି ।