ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଛି । ଘର ଛାତ କାମକୁ ନେଇ ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଥିବାବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ରବିବାର ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି କମଳା ସେଠୀ । ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ କମଳା ସେଠୀଙ୍କର ମୃତ୍ୟୁ ହୋଇଛି ।
ଘର ଛାତ କାମକୁ ନେଇ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ହରିପୁର ଗ୍ରାମର ସୁରେନ୍ଦ୍ର ସେଠିଙ୍କ ଘର କାମ ଚାଲିଥିଲା । ଏହି ସମୟରେ ପଡୋଶୀ ଘର ସହ ସୁରେନ୍ଦ୍ରଙ୍କ ପତ୍ନୀ କମଳା ସେଠି ଓ ତାଙ୍କ ଭଉଣୀଙ୍କର ବଚସା ହୋଇଥିଲା । ଘଟଣାରେ ଉତ୍ତ୍ୟକ୍ତ ହୋଇ ପଡୋଶୀ ଘର ବାପା ପୁଅ ଭାଉଜ ଓ ନଣନ୍ଦଙ୍କର ଉପରେ କଟୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ କମଳା ସେଠି ଓ ତାଙ୍କ ନଣନ୍ଦ ଆହତ ହୋଇଥିଲେ । ଏହା ପରେ ପରିବାର ଲୋକ ତାଙ୍କୁ ଖଇରା ମେଡିକାଲ ନେଇଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ଓ ବିଳମ୍ବିତ ରାତିରେ ଡାକ୍ତର କମଳା ସେଠୀଙ୍କୁ ମୃତ ଘୋଷଣା କରିଛନ୍ତି । ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିଛନ୍ତି । ଖଇରା ଥାନା ଅଧିକାରୀ ଏନେଇ ତଦନ୍ତ କରୁଛନ୍ତି ।