ଭୁବନେଶ୍ୱର: କଟକ ମହାନଗର ନିଗମର କର୍ପୋରଟ୍ ଅରବିନ୍ଦ ଜେନାଙ୍କ ବିରୁଦ୍ଧରେ ବିଜୁ ଜନତା ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅରବିନ୍ଦ ଜେନାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।