ନୂଆ ଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିକଶିତ ଭାରତ- ନିଶ୍ଚିତ ରୋଜଗାର ଏବଂ ଆଜୀବନ ମିଶନ (ଗ୍ରାମୀଣ) ବା ଭିବି-ଜି ରାମ୍ ଜି ଆଇନ ୨୦୨୫ (VB–G RAM G) ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ପହିଲାରେ ଦେଶ ବ୍ୟାପୀ ଭିବି-ଜି ରାମ୍ ଜି ଲାଗୁ ହେବ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଲାଗୁ ହେବ ।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ନୂତନ ନିୟମ ଅନୁଯାୟୀ, ଗ୍ରାମୀଣ ପରିବାର ପ୍ରତ୍ୟେକ ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବରେ ଅଣକୁଶଳୀ ହସ୍ତଗତ କାର୍ଯ୍ୟ କରିବାକୁ ଚାହାଁନ୍ତି ସେମାନେ ଭିବି-ଜି ରାମ ଜିରେ ନାମ ପଞ୍ଜିକରଣ କରିପାରିବେ । ସେମାନେ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ମଜୁରୀ ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପାଇବାକୁ ହକଦାର ହେବେ। ମନ୍ତ୍ରାଳୟ ସ୍ପଷ୍ଟ କରିଛି VB–G RAM G ଆଇନ କାର୍ଯ୍ୟକାରୀ ହେବା ସହିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ବା ମନରେଗା ୨୦୦୫କୁ ତତ୍କାଳ ସ୍ୱରୂପ ଉଚ୍ଛେଦ କରାଯିବ ।
ସେହିପରି ମନ୍ତ୍ରାଳୟ ଆହୁରି ସ୍ପଷ୍ଟ କରିଛି ଯେ ଇ-କେୱାଇସି କରିଥିବା ସମସ୍ତ ମନରେଗା କାର୍ଡ ମଧ୍ୟ ନୂତନ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ବୈଧ ରହିବ । ଏହା ସହିତ ଯେଉଁମାନଙ୍କର ଇ-କେୱାଇସି ଜାରି ରହିଛି ସେମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ । ଗ୍ରାମ ପଞ୍ଚାୟତ ଜରିଆରେ ଜବ୍ କାର୍ଡ ପାଇଁ ଆବେଦନ ଜାରି ରଖିବେ ।