ଭୁବନେଶ୍ୱର: ପରିବେଶ ସୁରକ୍ଷା ଏବଂ ଖଣି ଖନନକୁ ବିରୋଧ କରି ରାଜଭବନ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ଚର୍ଚ୍ଚିତ ପୂର୍ବତନ ଆରତୀ ଦେବୀ ।
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡ଼ାରୁ ପୂର୍ବତନ ସରପଞ୍ଚ ଆରତୀ ଦେବୀ ଆମରଣ ଅନଶନ ଆରମ୍ଭ କରିଛନ୍ତି । ୭ ଦଫା ଦାବି ନେଇ ସେ ଧାରଣା ଦେଇଛନ୍ତି । ଢୁଙ୍କାପଡ଼ା ଗ୍ରା.ପ ଅଧିନସ୍ଥ ପ୍ରାଚୀନ କୀର୍ତ୍ତିରାଜି ଓ ବିରଳ ପ୍ରଜାତି କୃଷ୍ଣସାର ମୃଗ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରଦାନ, ବେଆଇନ କଲର୍ଭଟ୍ ନିର୍ମାଣ ଓ ଜଳସେଚନ ବନ୍ଦ କରିବା, ଚାଷ ଜମି ଉପରେ ବେଆଇନ ନିର୍ମିତ ରାସ୍ତାର ଉଚ୍ଛେଦ, ଖଣି ଉତ୍ତୋଳନ, ପଥର ବ୍ଲାଷ୍ଟିଂକୁ ଆଦି ବନ୍ଦ କରିବାକୁ ସେ ଦାବି କରିଛନ୍ତି । ତାଙ୍କ ସହିତ କିଛି ସମାଜସେବୀ ମଧ୍ୟ ସାମିଲ ହୋଇଛନ୍ତି ।
ଗତ ଜୁଲାଇ ୨୮ରେ ସେ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଅଭିଯୋଗ କରିଥିଲେ ।