ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ବଦଳିଛନ୍ତି । ଅଧ୍ୟକ୍ଷ ଦୀଲିପ ଘୋଷ ନିଲମ୍ବିତ ଏବଂ ଗିରଫ ହେବା ପରେ ପ୍ରଫେସର ଫିରୋଜ ଫାଢ଼ୀ ନୂତନ ଭାରାପ୍ରାପ୍ତ ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ସେ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଭାବେ ଫିରୋଜ ପାଢ଼ୀ କାର୍ଯ୍ୟ କରୁଥିଲେ ।
ଏଫ୍.ଏମ୍. କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ମାମଲାରେ ଅଧ୍ୟକ୍ଷ ଦୀଲିପ ଘୋଷ ଏବଂ ଏଜୁକେସନ ବିଭାଗ ମୁଧ୍ୟ ଅଧ୍ୟାପକ ସମୀର କୁମାର ସାହୁ ନିଲମ୍ବିତ ହେବା ପରେ ଗିରଫ ହୋଇଛନ୍ତି । ସେପଟେ ଭୁବନେଶ୍ୱରରେ ଏମ୍ସରେ ଛାତ୍ରୀ ଜଣକ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି ।