ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱର ଏମ୍ସ ଗସ୍ତ କରିଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ଏଫ୍.ଏମ୍. କଲେଜ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର । ତତସହିତ ଏକ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ଘଟିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ପୀଡ଼ିତା ଜଣକ ଆଇସିସିୟୁରେ ଚିକିତ୍ସାଧୀନ ଥିବାରୁ ପୀଡ଼ିତାଙ୍କ ଭେଟିବାକୁ ମନ୍ତ୍ରୀ ଉଚିତ ମନେ କରି ନ ଥିଲେ । କେନ୍ଦ୍ର ମନ୍ତ୍ରୀ ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରୀ ଟିମ୍ ସହିତ ଆଲୋଚନା କରିଛନ୍ତି । ତେବେ ଏକ ଶିକ୍ଷାୟତନରେ ଏପରି ଅଭାବନୀୟ ଘଟଣା ଘଟିବା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଗମ୍ଭୀର ଘଟଣା ଅଟେ । ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ସେହିପରି ଘଟଣା ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ଘଟଣା ସମ୍ପୃକ୍ତ ଥିବା ଜଣେ ବି ଦୋଷୀକୁ ରାଜ୍ୟ ସରକାର ଛାଡ଼ିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।