ମାଲକାନଗିରି: ମାଲକାନଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।
ମାଲକାନଗିରି - ଛତିଶଗଡ ସୀମାନ୍ତ ଉସୁର ଥାନା ଧନଗୋଲ ଗାଁରେ ଏହି ଅଘଟଣ ଘଟିଛି । ଗାଁର ତିନିଜଣ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଥିଲେ । ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି । ମାଓବାଦୀ ମାନେ ଏହି ଅଞ୍ଚଳରେ ସକ୍ରିୟ ରହିଥିବାରୁ ଏହା ତାଙ୍କ କାର୍ଯ୍ୟକଳାପ ବୋଲି ଅନୁମାନ କରାଯାଉଛି। ଘଟଣାପରେ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି।