ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଘଟଣ। ମେଡ଼ିସିନ ୱାର୍ଡର ଦ୍ଵିତୀୟ ମହଲା କୋଠାରୁ ଡେଇଁ ରୋଗୀ ଗୁରୁତର। ଗୁରୁତର ରୋଗୀ ଜଣକ ବଲାଙ୍ଗିର ସହର ଖରସେଲପଡାର ୪୫ ବର୍ଷୀୟ ପୂର୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ଦିନ ମେଡିସିନ ୱାର୍ଡରେ ଭର୍ତି ହୋଇଥିଲେ ପୂର୍ଣ୍ଣ। ଆଜି ସିଡ଼ି ନିକଟରେ ଲାଗିଥିବା ଦୁଇଟି ପ୍ଲେଟ ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ ପୂର୍ଣ୍ଣ । ଗୁରୁତର ଅବସ୍ଥାରେ ପୂର୍ଣ୍ଣକୁ ଉଦ୍ଧାର କରି ସର୍ଜରୀ ୱାର୍ଡରେ ଭର୍ତି କରାଯାଇଛି । ରୋଗୀ ଜଣକ କଣ ପାଇଁ ଛାତରୁ ଡେଇଁଲେ ଜଣାପଡ଼ିନାହିଁ । ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ମାନସୀ ପଣ୍ଡା ତଦନ୍ତ ଆରମ୍ଭ କରିଛନ୍ତି ।