ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଛାଡ଼ି ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଅକ୍ସିଅମ-୪ । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ ତାଙ୍କର ଅନ୍ୟ ତିନି ସହକର୍ମୀମାନେ ମହାକାଶରୁ ଫେରୁଛନ୍ତି । ସୋମବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୪ଟା ୫୫ ମିନିଟ୍ ସମୟରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ୨୨ ଘଣ୍ଟା ୫ ମିନିଟର ଯାତ୍ରା ପରେ ଅକ୍ସିଅମ-୪ ସ୍ପେସ୍ କ୍ରାପ୍ଟ ମଙ୍ଗଳବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ କାଲିଫର୍ଣ୍ଣିଆର ଉପକୂଳରେ ପହଁଚିବ ବୋଲି ଆକଳନ କରାଯାଉଛି ।
ଆଜି ଚାରି ଜଣ ମହାକାଶଚାରୀ, ଶୁଭାଂଶୁ ଶୁକ୍ଳା (ଭାରତ), ପେଗି ହ୍ୱିଟସନ (ଆମେରିକା), ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି (ପୋଲାଣ୍ଡ) ଏବଂ ଟିବୋର କାପୁ (ହଙ୍ଗେରୀ) ଡ୍ରାଗନ୍ ଗ୍ରେସରେ ପ୍ରବେଶ କରିଥିଲେ । ଏହା ସେମାନେ ଅନ୍ତରୀକ୍ଷ କପଡ଼ା ପରିଧାନ କରିବା ପରେ ଭାରତୀୟ ସମୟ ୨ଟା ବାଜି ୩୭ ମିନିଟ୍ ସମୟରେ ମହାକାଶ ଯାନକୁ ବନ୍ଦ କରାଯାଇଥିଲା । ଏହା ପରେ ୪ଟା ବାଜି ୩୫ ମିନିଟ୍ ସମୟରେ ଅନଡକିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଏବଂ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଅକ୍ସିଅମ-୪ ମିଶନ୍ କରାଯାଉଛି । ନାସା ଦ୍ୱାରା ପ୍ରତ୍ୟାବର୍ତ୍ତନର ସିଧା ପ୍ରସାରଣ କରାଯାଉଛି । କାଲିଫର୍ଣ୍ଣିଆ ଉପକୂଳରେ ପାରାଚୁଟ୍ ଦୁଇଟି ପର୍ଯ୍ୟାୟରେ ନିୟୋଜିତ ହେବ । ପ୍ରଥମେ ପ୍ରାୟ ୫.୭ କିଲୋମିଟର ଉଚ୍ଚତାରେ ପାରାଚୁଟ୍ ରହିବ । ତା'ପରେ ପ୍ରାୟ ଦୁଇ କିଲୋମିଟର ଉଚ୍ଚତାରେ ମୁଖ୍ୟ ପାରାଚୁଟ୍ ରହିବା । ଭାରତୀୟ ସମୟ ପ୍ରାୟ ୩ ଟା ୧ ମିନିଟରେ ମହାକାଶ ଯାନ ଉପକୂଳରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଜାହାଜ ଦ୍ୱାରା ମହାକାଶ କ୍ୟାପସୁଲ୍ କୁ ଉଦ୍ଧାର କରାଯିବ । ଜୁନ୍ ୨୫ ତାରିଖରେ ଏହି ମହାକାଶ ଯାତ୍ରା ଆରମ୍ଭ ହୋଇଥିଲା ।