ନୂଆଦିଲ୍ଲୀ: ବାରଣାସୀ ଏବଂ ହରିଦ୍ୱାରରେ କରାଯାଉଥିବା ଗଙ୍ଗା ଆଳତୀ ଏବେ ବିଦେଶରେ ପହଁଚିଛି । ଭାରତ ବାହାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଅନନ୍ୟ ପରମ୍ପରାକୁ ପାଳନ କରିଛନ୍ତି । କାନାଡ଼ାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ସେଠାକାର ସ୍ଥାନୀୟ ନଦୀ କୂଳରେ ଗଙ୍ଗା ଆଳତୀ କରିଛନ୍ତି ।
ପ୍ରାୟ ୧୨ ଜଣ ପୁରୁଷ ପାରମ୍ପାରିକ ପୋଷାକ ପରିଧାନ କରିଥିଲେ । ସମସ୍ତ ଧୋତି କୁର୍ତ୍ତା ପିନ୍ଧି ମିସିସୌଗାର କ୍ରେଡିଟ୍ ନଦୀ କୂଳରେ ଏକାଠି ହୋଇଥିଲେ । ମହିଳାମାନେ ମଧ୍ୟ ହଳଦିଆ ପୋଷାକ ପରିଧାନ କରିଥିଲେ । ଶଙ୍ଖ ଧ୍ୱନି ଏବଂ ଭଜନ ସହିତ ନଦୀର ଆଳତୀ କରାଯାଇଥିଲା । ଏହାକୁ ଟିମ୍ ରେଡିଓ ଡିସୁମ୍ ଆୟୋଜନ କରିଥିଲା। କନସୁଲେଟ୍ ଜେନେରାଲ ସଞ୍ଜୀବ ସକଲାନି ପ୍ରତିନିଧିତ୍ୱ କରିଥିଲେ । ଯାହାର ଭିଡ଼ିଓ ବେଶ ଭାଇରାଲ ହେଉଛି । କାନାଡାର ଭାରତୀୟ କନସ୍ୟୁଲେଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି କାର୍ଯ୍ୟକ୍ରମ ସହିତ ଜଡିତ ଫଟୋଗୁଡ଼ିକୁ ସେୟାର କରିଛି ଏବଂ ଆୟୋଜକଙ୍କୁ ଧନ୍ୟବାଦ ଦେଇଛି ।
ତେବେ ଏପରି ଏକ ଉତ୍ସବକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କେହି ଏହାକୁ ପସନ୍ଦ କରୁଥିବାବେଳେ କେତେକ ନାପସନ୍ଦ ମଧ୍ୟ କରିଛନ୍ତି ।