ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ଏକ ଶୁଳ୍କ ବୋମା ପକାଇଛନ୍ତି। କାନାଡା ଉପରେ ଟ୍ରମ୍ପ ୩୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଶୁଳ୍କ ଆସନ୍ତା ୧ ତାରିଖ ଠାରୁ କାର୍ଯ୍ୟକାରୀ ହେବ।
ଟ୍ରମ୍ପ ଏକ ଚିଠି ଜାରି କରି କାନାଡା ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଚିଠି ମାଧ୍ୟମରେ କହିଥିଲେ, ଆମେ କାନାଡା ସହିତ ବାଣିଜ୍ୟ ଜାରି ରଖିବୁ, କିନ୍ତୁ ଏବେ ନୂତନ ନିୟମ ଅନୁଯାୟୀ ବାଣିଜ୍ୟ କରାଯିବ। କାନାଡା ଆମର ଦୁଗ୍ଧ ଚାଷୀମାନଙ୍କ ଉପରେ ୪୦୦ ପ୍ରତିଶତ ଟିକସ ଲାଗୁ କରେ, ତାହା ମଧ୍ୟ ଯେତେବେଳେ କାନାଡାରେ ବିକ୍ରୟ କରିବାକୁ ଅନୁମତି ଦିଆଯାଏ। ଟ୍ରମ୍ପ ଦୁଗ୍ଧ କ୍ଷେତ୍ର ଏବଂ ଆମେରିକାରେ ଫେଣ୍ଟାନିଲ୍ ଭଳି ଔଷଧ ଯୋଗାଣ ପ୍ରସଙ୍ଗ ଉଠାଇଥିଲେ। ସେ ବିଶ୍ୱାସ କରନ୍ତି ଯେ ଏହି କ୍ଷେତ୍ରଟି ବହୁତ ଅସନ୍ତୁଳିତ।
ଟ୍ରମ୍ପ କାନାଡା ପୂର୍ବରୁ ବ୍ରାଜିଲ ଉପରେ ଶୁଳ୍କ ଲାଗୁ କରିଥିଲେ। ସେ ୫୦ ପ୍ରତିଶତ ଟିକସ ଘୋଷଣା କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଲୁଲା ଡା ସିଲଭା ଏ ସମ୍ପର୍କରେ ଆର୍ଥିକ ପ୍ରତିଶୋଧର ଚେତାବନୀ ଦେଇଥିଲେ। ଲୁଲା କହିଛନ୍ତି ଯେ ଶୁଳ୍କ ବୃଦ୍ଧି କରାଗଲେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଟ୍ରମ୍ପ ଏହି ସପ୍ତାହରେ ବିଶ୍ୱର ଅନେକ ଦେଶ ଉପରେ ଶୁଳ୍କ ବୋମା ପକାଇଛନ୍ତି। ଏଥିରେ ଜାପାନ, ଦକ୍ଷିଣ କୋରିଆ ଏବଂ ଶ୍ରୀଲଙ୍କା ଅନ୍ତର୍ଭୁକ୍ତ।
ଅଧିକ ପଢ଼ନ୍ତୁ: ବୈଠକ ମଝିରେ ରାଗି ଗଲେ ବିଧାୟକ, ଫିଙ୍ଗିଲେ ଫାଇଲ୍