ନୂଆଦିଲ୍ଲୀ: ନେପାଳରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଏବଂ ହିଂସା ପାଇଁ ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଯାଏଁ ଯାତ୍ରା କରିବାକୁ ବାରଣ କରାଯାଇଛି । ଯିଏ ଯେଉଁଠି ଅଛନ୍ତି, ସେଠାରେ ରହିବାକୁ ପରାମର୍ଶ ଦିଆଯାଇଛି । କୌଣସି ସୂଚନା ପାଇଁ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥିପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଭାରତୀୟ ଦୂତାବାସ ନମ୍ବର +୯୭୭-୯୮୦ ୮୬୦ ୨୮୮୧ ଏବଂ +୯୭୭-୯୮୧ ୦୩୨ ୬୧୩୪କୁ ଯୋଗାଯୋଗ କରିବାକୁ କୁହାଯାଇଛି । ଖାସି ସେତିକି ନୁହେଁ ହିଂସା ପରିସ୍ଥିତିକୁ ଦେଖି ଦୂତାବାସର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି ।