ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସି ସାରିଛି । ଏଥିରେ କ୍ଷମତସୀନ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣ ଜିତିଛନ୍ତି । ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇଛନ୍ତି । ପରାଜୟ ପରେ ବି କଂଗ୍ରେସ ନେତା ଜୟରାମ ରମେଶ ଗତ ନିର୍ବାଚନ ତୁଳନାରେ ଏହି ନିର୍ବାଚନରେ ବଢିଥିବା ଭୋଟ ସଂଖ୍ୟାକୁ ଇଣ୍ଡିଆ ମେଣ୍ଟର ନୈତିକ ବିଜୟ ବୋଲି କହିଛନ୍ତି ।
ଜୟରାମ ରମେଶ ଉପରା ଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଏକଜୁଟ ହୋଇ ଲଢିଥିଲା । ଏହାର ପ୍ରଦର୍ଶନ ନିଃସନ୍ଦେହ ସମ୍ମାନଜକନ ରହିଛି । କଂଗ୍ରେସ ନେତା ମଧ୍ୟ ଲେଖିଛନ୍ତି ମେଣ୍ଟର ମିଳିତ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ୪୦ ପ୍ରତିଶତ ଭୋଟ୍ ମିଳିଛି । କିନ୍ତୁ ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ କେବଳ ୨୬ ପ୍ରତିଶତ ଭୋଟ୍ ମିଳିଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ମିଳିଥିବା ଅଙ୍କଗଣିତ ବିଜୟ ନୈତିକ ଓ ରାଜନୈତିକ ଦଳ ଦୃଷ୍ଟିରୁ ଏକ ପରାଜର । ବିଚାରଗତ ଲଢେଇ ଅନବରତ ଜାରି ରହିବ ।
ସୂଚନାଯୋଗ୍ୟ, ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ମତଦାନରେ ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି। ନିର୍ବାଚନରେ ମୋଟ ୭୬୭ ଜଣ ସାଂସଦ ଭୋଟ୍ ଦେଇଥିଲେ । ଏଥିରରୁ ୭୫୨ ଜଣ ସାଂସଦଙ୍କ ଭୋଟ୍ ବୈଧ ହୋଇଥିଲା ଏବଂ ୧୫ଟି ଭୋଟ୍ ଅବୈଧ ହୋଇଛି । ନିର୍ବାଚନରେ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରଥମ ପସନ୍ଦରେ ୪୫୨ ଭୋଟ୍ ମିଳିଥିବାବେଳେ ସୁଦର୍ଶନଙ୍କୁ ୩୦୦ ଭୋଟ ମିଳିଥିଲା।
Also read: ଶ୍ରୀଲଙ୍କାରୁ ପାକିସ୍ତାନ-ବାଂଲାଦେଶରୁ ନେପାଳ, ସବୁଠି ରାଜନୈତିକ ଅସ୍ଥିରତା