ନୂଆଦିଲ୍ଲୀ: ନେପାଳରେ ଦୁର୍ନୀତି ଓ ସୋସିଆଲ ମିଡିଆ ଉପରେ ନିଷେଧାଦେଶ ପରେ ଯୁବପିଢିଙ୍କ ମଧ୍ୟରେ ବଢିଥିବା ଆକ୍ରୋଶ, ଉଗ୍ର ପ୍ରଦର୍ଶନ ଓ ହିଂସାତ୍ମକ ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି । ଏହି ସବୁ ହିଂସା ମଧ୍ୟରେ ଦେଶର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୪୩୨ କଏଦୀ ଫେରାର ହୋଇ ଯାଇଛନ୍ତି । କାନ୍ତିପୁର ସମାଚାର ପତ୍ର ନିଜର ଏକ୍ସ ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛି । ମହୋତରୀର ଜଳେଶ୍ୱରରେ ଜେଲର କାନ୍ଥ ଭାଙ୍ଗି ୫୭୨ କଏଦୀ ଫେରାର ହୋଇ ଯାଇଛନ୍ତି । ନେପାଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଫାଇଦା ଉଠାଇ କଏଦୀମାନେ ଜେଲରୁ ଫେରାର ମାରିବାରେ ସଫଳ ହୋଇଛନ୍ତି ।
ଉହୋତ୍ତରୀ ପୋଲିସ ଏସପି ହେରମ୍ବା ଶର୍ମା କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ୭ଟାରେ ୫୦୦ରୁ ଅଧିକ ପ୍ରଦର୍ଶନକାରୀ ଓ ଜେଲରେ ବନ୍ଦ କଏଦୀ ମିଶି କାନ୍ଥ ଭାଙ୍ଗିଛନ୍ତି । ଏହା ସହ ପୋଡାଜୋଡା କରିଥିଲେ । ଏଥିରେ ୮୬ କଏଦୀ ଫେରାର ହେବାରେ ସଫଳ ହୋଇଛନ୍ତି । ସେହିପରି ତୁଳସୀପୁର ଜେଲରୁ ୧୨୪ କଏଦୀ, ଗୋଟିଏ ବ୍ଲକରୁ ୧୭୯ କଏଦୀ ମଧ୍ୟରୁ ୧୨୪ ଫେରାର ହୋଇଛନ୍ତି । କୈଳାଲୀ ଜେଲରୁ ସମସ୍ତ ୬୫୦ କଏଦୀ ଫେରାର ହୋଇଥିବା ଜଣା ପଡିଛି ।
ଗତ ଦୁଇ ଦିନରେ ନେପାଳର ଅନେକ ଅଞ୍ଚଳରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ଘଟିଛି । ମଙ୍ଗଳବାର ମଧ୍ୟ ନେପାଳର ଅନେକ ଭାଗରେ ହିଂସା ଜାରି ରହିଛି । ମଙ୍ଗଳବାର ମଧ୍ୟ ନେପାଳର ଅନେକ ଭାଗରେ ହିଂସା ଜାରି ରହିଛି । ବିକ୍ଷୋଭକାରୀ ସଂସଦ, ରାଷ୍ଟ୍ରପତି ଭାବନ, ପ୍ରଧାନମନ୍ତ୍ରୀ ବାସଭବନ, ସୁପ୍ରିମକୋର୍ଟ, ରାଜନୈତିକ ଦଳଗୁଡିକର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ବିକ୍ଷୋଭକାରୀ ସଂସଦ, ରାଷ୍ଟ୍ରପତି ଭାବନ, ପ୍ରଧାନମନ୍ତ୍ରୀ ବାସଭବନ, ସୁପ୍ରିମକୋର୍ଟ, ରାଜନୈତିକ ଦଳଗୁଡିକର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ।
Also read: ଦୁଃଖିତ ଯୁବକ ପ୍ରାଣ ହରାଇଲେ, ନେପାଳର ହିଂସା ହୃଦୟ ବିଦାରକ; ଶାନ୍ତି ପାଇଁ ଅପିଲ୍ କଲେ ପିଏମ ମୋଦୀ