ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଦଳୁଥିବା ଆଭିମୁଖ୍ୟ ମଧ୍ୟରେ ପୁଣି ଥରେ ଆମେରିକାର ଅଧିକାରୀ ଭାରତକୁ ଧମକ ଦେଇଛନ୍ତି । ହ୍ୱାଇଟ ହାଉସର ବାଣିଜ୍ୟିକ ପରାମର୍ଶଦାତା ପିଟର ନୱାରେ କହିଛନ୍ତି ଭାରତକୁ କେବେ ତ ଆମେରିକାର କଥା ମାନିବାକୁ ପଡିବ । ଏହା ସହିତ ଚେତାବନୀ ଦେଇଛନ୍ତି ଯେ, ଯଦି ଏମିତି ନ ହୁଏ ତେବେ ଭାରତ ପାଇଁ କିଛି ଠିକ୍ ହେବ ନାହିଁ । ଅନ୍ୟପଟେ କିଛି ଦିନ ତଳେ ଟ୍ରମ୍ପ ଭାରତ ସହିତ ଭଲ ସଂପର୍କ ଥିବା କହିଥିଲେ ।
ନୱାରେ ଏହା ମଧ୍ୟ କହିଛନ୍ତି, ଭାରତକୁ କୌଣସି ନା କୌଣସି ସମୟରେ ଆମେରିକା ସହିତ ବାଣିଜ୍ୟିକ ବାର୍ତ୍ତା ଉପରେ ସହମତି ହେବାକୁ ପଡିବ । ଯଦି ଏମିତି ନ ହୁଏ ତେବେ ନୂଆଦିଲ୍ଲୀ ରୁଷ ଓ ଚୀନ ସହ ଛିଡା ହୋଇଥିବା ଦେଖିବାକୁ ମିଳିବ । ଆଉ ଏହା ଭାରତ ପାଇଁ ଠିକ୍ ହେବ ନାହିଁ । ଭାରତ ସରକାର ଏହାକୁ ନେଇ ଅସନ୍ତୋଷ ଯେ, ଆମେ ଭାରତକୁ ଟାରିଫର ମହାରାଜା କହିଥିଲୁ ।
ବ୍ରିକ୍ସ ଦେଶ ଉପରେ ଟାର୍ଗେଟ୍ କରି ସେ କହିଛନ୍ତି, ବାସ୍ତବରେ ଏହି ସଂଗଠନର କୌଣସି ବି ସଦସ୍ୟ ସେ ପର୍ଯ୍ୟନ୍ତ ଜୀବିତ ରହିବ ପାରିବ ନାହିଁ ଯେ ପର୍ଯ୍ୟନ୍ତ ଆମେରିକାକୁ ନିଜର ମାଲ୍ ନ ବିକିଛନ୍ତି । ଯେବେ ସେମାନରେ ଆମେରିକାକୁ ରପ୍ତାନୀ କରନ୍ତି ନିଜର ଅନୁଚିତ ବାଣିଜ୍ୟ ନୀତି ଆପଣେଇ ଆମର ରକ୍ତ ଶୋଷିଥାନ୍ତି । ତେଣୁ ଏବେ ବି ସମୟ ଅଛି ଭାରତକୁ ବ୍ରିକ୍ସ ପ୍ରତି ଆସକ୍ତି ଛାଡିବା ଉଚିତ୍ । ଆମେରିକାର କଥା ମାନିବା ଉଚିତ୍ । ସମୟ ଆସିବ ଭାରତକୁ ପରିଣାମ ଭୋଗିବାକୁ ପଡିବ ।
Also read: Gen- Z ଭୟରେ ନେପାଳର ପିଏମ କେପି ଓଲି, ମନ୍ତ୍ରୀଙ୍କ ଇସ୍ତଫା ପରେ ମାରିବେ ଫେରାର